ମହିଳା ଟି-୨୦ ବିଶ୍ୱକପ : ଭାରତ ଓ ପାକିସ୍ତାନ ମୁକାବିଲା, ବାଦ୍‌ ପଡିଛନ୍ତି ସ୍ମୃତି ମନ୍ଧାନା

ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଆହତ କାରଣରୁ ଉପଅଧିନାୟିକା ସ୍ମୃତି ମାନ୍ଧାନା ବାଦ ପଡିଛନ୍ତି । ଦକ୍ଷିଣ ଆଫ୍ରିକା କେପଟାଉନରେ ଭାରତୀୟ ସମୟ ସାଢ଼େ ୬ଟାରେ ଏହି ମ୍ୟାଚ୍ ଖେଳାଯିବ ।

ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଉଭୟ ଦଳ ଏହି ମ୍ୟାଚ୍ ଜିତି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା କେପଟାଉନରେ ଭାରତୀୟ ସମୟ ସାଢ଼େ ୬ଟାରେ ଏହି ମ୍ୟାଚ୍ ଖେଳାଯିବ । ଆଜିର ମ୍ୟାଚରେ ଅଧିନାୟିକା ହରମନପ୍ରୀତଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା କରାଯାଉଛି । ଆହତ କାରଣରୁ ଉପଅଧିନାୟିକା ସ୍ମୃତି ମାନ୍ଧାନା ବାଦ ପଡିଛନ୍ତି ।

ହରମନପ୍ରୀତ ଓ ଭାରତକୁ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଚାମ୍ପିଅନ୍ କରାଇଥିବା ଶେଫାଳି ବର୍ମାଙ୍କ ଦାୟିତ୍ୱ ଅଧିକ ରହିବ । ଅଣ୍ଡର-୧୯ ବିଶ୍ୱକପ୍‌ ଶେଫାଳି ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଥିଲେ । ଜେମିମା ରୋଡ୍ରିଂସ, ଦିପ୍ତୀ ଶର୍ମା, ଶିଖା ପାଣ୍ଡେ, ରେଣୁକା ସିଂ, ରାଜେଶ୍ୱରୀ ଗାଏକଓ୍ଵାଡ୍ ଭଳି ଷ୍ଟାର ଖେଳାଳିଙ୍କ ଉପରେ ରହିବ ବୋଲିଂ ଭାର ।

ଗତକାଲି ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆକୁ ଇନିଂସ ଓ ୧୩୨ ରନରେ ଭାରତ ପରାସ୍ତ କରିଥିବା ବେଳେ ଆଜି ପାକିସ୍ତାନକୁ ମାତ୍ ଦେଇ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ବୋଲି ଆଶା ରଖିଛନ୍ତି ଭାରତୀୟ ଫ୍ୟାନ୍ ।

ତେବେ ଭାରତୀୟ ଟିମ୍‌ ଏହି ବିଶ୍ୱକପର ସେମିଫାଇନାଲରେ ପହଞ୍ଚିବାର ପ୍ରବଳ ଦାବିଦାର ରହିଛି। କିନ୍ତୁ ଅଷ୍ଟ୍ରେଲିଆ ଭଳି ଟିମ୍‌କୁ ହରାଇବାକୁ ହେଲେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ । ଭାରତ ଓ ପାକିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ୧୩ଟି ଟି ୨୦ ମ୍ୟାଚ୍‌ ହୋଇଛି। ଯେଉଁଥିରେ ଭାରତ ୧୦ଟିରେ ବିଜୟ ହାସିଲ କରିଛି । ପାକିସ୍ତାନ କେବଳ ୩ଟି ମ୍ୟାଚ ଜିତିଛି ।

ଭାରତର ସମ୍ଭାବ୍ୟ ଏକାଦଶ : ୟସ୍ତିକା ଭାଟିଆ, ଶେଫାଳୀ ବର୍ମା, ଜେମିମା ରୋଡ୍ରିଂସ, ଦେବିକା ବୈଦ, ହରମନପ୍ରୀତ କୌର(ଅଧିନାୟକ), ରୁଷା ଘୋଷ(ଓ୍ଵିକେଟକିପର), ଦିପ୍ତି ଶର୍ମୀ, ପୂଜା ବସ୍ତ୍ରାକାର, ରେଣୁକା ସିଂ, ରାଧା ଯାଦବ, ଶିଖା ପାଣ୍ଡେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.