Categories: କ୍ରୀଡା

ଯେଉଁ ବଲରେ ଆଉଟ୍ ହୋଇଥିଲେ ଧୋନୀ ତାହା ଥିଲା ନୋ ବଲ୍, ଅମ୍ପାୟାରଙ୍କ ନିଷ୍ପତ୍ତିରେ କ୍ଷୁବ୍ଧ ପ୍ରଶଂସକ

ବିଶ୍ୱକପରୁ ବିଦା ହୋଇଛି ବିରାଟ ବାହିନୀ ।  ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇ ଫାଇନାଲ ଆଶାକୁ ଧୂଳିସାତ କରିଛି ଟିମ୍ ଇଣ୍ଡିଆ । ଲକ୍ଷ୍ୟ ବେଶି ବଡ଼ ନଥିଲା । ହେଲେ ଲଢ଼େଇ କରିଥିଲେ ମଧ୍ୟ ପାଖାପାଖି ଯାଇ ମାତ୍ର ୧୮ ରନ୍‌ରେ ହାରିଗଲା ଭାରତ । ଯାହା ଆଦୌ ଆଶା କରାଯାଉ ନଥିଲା ତାହା କରି ଦେଖାଇଲା ଟିମ୍ ଇଣ୍ଡିଆ । ବର୍ଷା ଯୋଗୁଁ ବାଧାପ୍ରାପ୍ତ ଆଇସିସି ବିଶ୍ବକପ୍ ପ୍ରଥମ ସେମିଫାଇନାଲରେ ଏମିତି ଭାବେ ହାରିଲା ଯେ ଯାହାକୁ କେହି ସ୍ବପ୍ନରେ ବି ଭାବି ନଥିଲେ । ତେବେ ବିଶ୍ୱକପ ଆରମ୍ଭରୁ ବିଜୟ ଅଭିଯାନକୁ ଖୁବ୍ ସୁନ୍ଦର ଭାବରେ ଆରମ୍ଭ କରିଥିଲା ଭାରତ । କିନ୍ତୁ ସେମିଫାଇନାଲରେ ପରାଜୟ ପରେ ଭାଙ୍ଗିଯାଇଛି ୧୩୦ କୋଟି ଭାରତୀୟଙ୍କ ସ୍ୱପ୍ନ ।

ଏହା ସହ ପଢନ୍ତୁ ପରାଜୟ ପରେ ଇସ୍ତଫା ପର୍ବ ଆରମ୍ଭ, ଟିମ୍ ଇଣ୍ଡିଆର ବଡ଼ ସଦସ୍ୟ ନେଲେ ବିଦାୟ

ତେବେ ମ୍ୟାଚକୁ ନେଇ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ଭାରତର ପରାଜୟ ପାଇଁ ଅମ୍ପାୟାରଙ୍କ ଭୁଲ୍ ନିଷ୍ପତ୍ତି ଦାୟୀ ବୋଲି କହୁଛନ୍ତି ପ୍ରଶଂସକ। ପ୍ରଶଂସକଙ୍କ କହିବା ଅନୁଯାୟୀ ଯେଉଁ ବଲରେ ଧୋନୀ ରନ୍ ଆଉଟ୍ ହେଲେ ତାକୁ ନୋ ବଲ୍ ଘୋଷିତ କରିବାର ଥିଲା । ଧୋନିଙ୍କ ରନ୍ ଆଉଟରେ ପାୱାର୍ ପ୍ଲେ ସମୟରେ ଫିଲ୍ଡିଙ୍ଗର ନିୟମକୁ ଅମ୍ପାୟର ଅଣଦେଖା କରିଥିଲେ ବୋଲି ୟୁଜର୍ସ କହିଛନ୍ତି ।

ଲୋକଙ୍କ କହିବାନୁସାର ତୃତୀୟ ପାୱାର୍ ପ୍ଲେ ସମୟରେ ୩୦ ଗଜ୍ ବାହାରେ ଅତିବେଶୀରେ ୫ ଜଣ ଖେଳାଳି ରହିବାର ନିୟମ ରହିଛି । କିନ୍ତୁ ଧୋନୀଙ୍କ ରନ୍ ଆଉଟ୍ ସମୟରେ ୬ ଜଣ ଖେଳାଳି ସର୍କଲ ବାହାରେ ଥିଲେ ।  ଆଉ ଜଣେ ୟୁଜର ଲେଖିଛନ୍ତି, କେତେ ଭଲ ଅମ୍ପାୟାରିଙ୍ଗ୍ ? ଧୋନୀଙ୍କ ରନ୍ ଆଉଟ୍ ଦିଆଯିବାର ନଥିଲା । କାରଣ ବଲ୍ ଟି ନୋ ବଲ୍ ଥିଲା । କେତେ ମହାନ୍ ବିଶ୍ବକପ୍ ? କେତେ ମହାନ୍ ଅମ୍ପାୟାରିଙ୍ଗ୍ ।

କଣ ରହିଛି ପାୱାର୍ ପ୍ଲେ ୩ ରେ ଫିଲ୍ଡିଙ୍ଗ୍ କରିବା ନିୟମ :

ନିୟମ ମୁତାବକ ୩ ୟ ପାୱାର୍ ପ୍ଲେ ସମୟରେ ୩୦ ଗଜ୍ ବାହାରେ ଅତିବେଶୀରେ କେବଳ ୫ ଜଣ ଖେଳାଳି ରହିରିବେ । କିନ୍ତୁ ଧୋନିଙ୍କୁ ବଲ୍ ଫୋପାଡିବା ସମୟରେ ସୋସିଆଲ୍ ମିଡିଆରେ ଏକ ଗ୍ରାଫିକ୍ସ ଭାଇରାଲ୍ ହେଉଛି । ଯେଉଁଥିରେ ଦେଖାଦେଉଛି ନ୍ୟୁଜିଲାଣ୍ଡର ୬ ଖେଳାଳି ସର୍କଲ ବାହାରେ ଅଛନ୍ତି ।

ତେବେ ସୂଚନାଯୋଗ୍ୟ ଯେଉଁ ବଲରେ ଧୋନୀ ଆଉଟ୍ ହୋଇଥିଲେ ତାକୁ ଯଦି ନୋ ବଲ୍ ଘୋଷଣା କରାଯାଇଥାନ୍ତା ତଥାପି ଧୋନୀ ଆଉଟ୍ ହୋଇଥାନ୍ତେ । ନିୟମ ଅନୁସାରେ ଯେତିକି ଖେଳାଳି ୩୦ ଗଜ୍ ଘେର ଭିତରେ ରହିବା ଉଚିତ୍ ତାଠୁ କମ୍ କିମ୍ବା ଅଧିକ ହେଲେ ନୋ-ବଲ୍ ମିଳିଥାଏ । ନୋ-ବଲ୍ ରହିବା ପରେ ରନ୍ ଆଉଟ୍ ବ୍ୟତୀତ ବ୍ୟାଟ୍ସମ୍ୟାନ୍ ଅନ୍ୟ କୌଣସି ଉପାୟରେ ଆଉଟ୍ ହୋଇପାରିବ ନାହିଁ । ଅର୍ଥାତ୍ ଅମ୍ପାୟର ନୋ-ବଲ୍ ଦେଇଥିଲେ ବି ଧୋନୀ ରନ୍ ଆଉଟ୍ ହୋଇଥାନ୍ତେ ।

ଗତକାଲି ମ୍ୟାଚରେ ଧୋନୀ ଭାରତ ପାଇଁ ଶେଷ ଆଶା ଭାବରେ ମୈଦାନରେ ଛିଡା ହୋଇଥିଲେ । ଶେଷ ଦୁଇ ଓଭରରେ ଟିମ୍ ଇଣ୍ଡିଆକୁ ଆବଶ୍ୟକ ଥିଲା ୩୧ ରନ୍ । ଧୋନୀ ପ୍ରଥମ ବଲରେ ଛକା ମାରି ଦ୍ବିତୀୟ ବଲରେ ଦୁଇ ରନ୍ ନେବାକୁ ଚାହୁଁଥିଲେ । ତେବେ ଦ୍ବିତୀୟ ରନ୍ ନେବା ସମୟରେ ରନ୍ ଆଉଟ୍ ହୋଇଯାଇଥିଲେ ମାହି । ଆଉ ମାହିଙ୍କ ଆଉଟ ପରେ ଭାରତର ବିଶ୍ବକପ୍ ଆଶା ମଉଳି ଯାଇଥିଲା ।

ଅନ୍ଯପଟେ ରନ୍ ଆଉଟ୍ ପରେ ପାଭିଲିୟନ୍ ଫେରୁଥିବା ଧୋନି ଖୁବ୍ ଦୁଃଖିତ ଜଣାପଡୁଥିଲେ । ତଳକୁ ମୁଣ୍ଡ ପୋତି ଲୁଭ ଭିଜା ଆଖିରେ ଧିରେ ଧିରେ ମୈଦାନ ଛାଡିଥିଲେ ମାହି। ପରାଜୟ ପରେ କ୍ରିକେଟ୍ ପ୍ରେମୀଙ୍କ ପାଇଁ ବି ସୋସିଆଲ୍ ମିଡିଆରେ ଧୋନୀ ଏବଂ ଜାଡେଜା  ହିରୋ ପାଲଟିଯାଇଛନ୍ତିି । ନ୍ୟୁଜିଲାଣ୍ଡ ମ୍ୟାଚ୍ ଜିତିଥିଲେ ବି ଲୋକଙ୍କ ହୃଦୟ ଜିତିନେଇଛନ୍ତି ମାହି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

3 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

4 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

4 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

5 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

6 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

6 hours ago