ଆରମ୍ଭ ହେବାକୁ ଯାଉଛି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍

ନୂଆଦିଲ୍ଲୀ : ବହୁ ବିତର୍କ ପରେ ଆରମ୍ଭ ହେବାକୁ ଯାଉଛି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ । ଏ ନେଇ ଆଇସିସି ପକ୍ଷରୁ ବିଧିବଦ୍ଧ ଘୋଷଣା ହୋଇଛି । ଏହାର ଉଦଘାଟନୀ ମ୍ୟାଚ୍ ଖେଳିବ ଭାରତ ଖେଳିବାର ସୂଚନା ମିଳିଥିବା ବେଳେ ପ୍ରଥମ ମୁକାବିଲା ଭାରତ ଏବଂ େଓ୍ଵଷ୍ଟଇଣ୍ଡିଜ୍ ମଧ୍ୟରେ ହେବ ।

ଏହି ମ୍ୟାଚ୍ ଜୁଲାଇ ୨୦୧୯ରେ ଖେଳାଯିବ , ପ୍ରଥମ ଟେଷ୍ଟ ଚାମ୍ପିଅନସିପ୍ ୨୦୧୯ ଜୁଲାଇ ୧୫ରୁ ଆରମ୍ଭ ହୋଇ ୨୦୨୧ ଏପ୍ରିଲ ୩୦ ପର୍ୟ୍ୟନ୍ତ ଚାଲିବ । ଏଥିରେ ୯ଟି ଟପ୍ ଟେଷ୍ଟ ଦଳ ଭାଗ ନେବେ । ୨ବର୍ଷ ଧରି ଚାଲିବାକୁ ଥିବା ଏହି ଚାମ୍ପିଅନସିପ୍ରେ ପ୍ରତି ଦଳ ୬ଟି ଲେଖାଏଁ ସିରିଜ୍ ଖେଳିବେ । ୨୦୨୧ ଜୁନ୍ରେ ଦୁଇ ସର୍ବଶ୍ରେଷ୍ଠ ଟେଷ୍ଟ ଦଳ ମଧ୍ୟରେ ମୁକାବିଲା ହେବ । ସେହିପରି ୨୦୨୦ ମେ ରୁ ୨୦୨୨ ମାର୍ଚ୍ଚ ପର୍ୟ୍ୟନ୍ତ ଓଡିଆଇ ଲିଗ୍ ଚାଲିବ । ଏଥିରେ ୧୩ ଟି ଦଳ ଭାଗ ନେବେ । ଏଥିରେ ନେଦରଲ୍ୟାଣ୍ଡ ସାମିଲ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.