ଧୋନିଙ୍କ ଆଣ୍ଠୁରେ ଯନ୍ତ୍ରଣା ଯୋଗୁଁ ଅଧିକ ସମୟ ବ୍ୟାଟିଂ କରୁପାରୁନାହାନ୍ତି : ସିଏସକେ କୋଚ୍

ଚଳିତ ଆଇପିଏଲ ସିଜିନରେ ଚେନ୍ନାଇ ସୁପରକିଙ୍ଗସ ଲଗାତାର ଦୁଇଟି ମ୍ୟାଚ ହାରିସାରିଛି । ପ୍ରଥମ ମ୍ୟାଚ ଜିତିବା ପରେ ଲଗାତାର ୨ଟି ମ୍ୟାଚ ହାରି ଫ୍ୟାନ୍ସଙ୍କ ନିରାଶ କରିଛି । ଚେନ୍ନାଇ ପରାଜୟ ପରେ କୋଚ୍ ଷ୍ଟିଫନ ଫେମିଙ୍ଗୋଙ୍କ ବୟାନ ସମସ୍ତଙ୍କୁ ଚକିତ କରିଛି । ସେ କହିଛନ୍ତି, ଧୋନିଙ୍କ ଆଣ୍ଠୁରେ ଯନ୍ତ୍ରଣା ଯୋଗୁଁ ଅଧିକ ସମୟ ବ୍ୟାଟିଂ କରୁପାରୁନାହାନ୍ତି । ସେ ୧୦ ଓଭରରୁ ଅଧିକ ଖେଳିପାରୁନାହାନ୍ତି ।

ଧୋନିଙ୍କ ଆଣ୍ଠୁରେ ସମସ୍ୟା ଯୋଗୁଁ ମାତ୍ର ୧୦ ଓଭର ବ୍ୟାଟିଂ କରୁଛନ୍ତି । ଏହାପରେ ସେ ବ୍ୟାଟିଂ କରିବା ଅସମ୍ଭବ ହୋଇପଡୁଛି । ତେଣୁ ଧୋନି ଶେଷ ଆଡ଼କୁ ବ୍ୟାଟିଂ ପାଇଁ ଆସୁଛନ୍ତି ।

ଋତୁରାଜ ଗାୟକୱାଡ ଚେନ୍ନାଇ ସୁପରକିଙ୍ଗସର ଦାୟିତ୍ବ ନେଇଛନ୍ତି, ହେଲେ ଚେନ୍ନାଇର ଦାୟିତ୍ବ ଏବେ ବି ଧୋନି ନେଉଛନ୍ତି । ମଇଦାନରେ ହେଉ ଅବା ବାହାରେ ସବୁ ନିଷ୍ପତ୍ତି ଧୋନିଙ୍କୁ ପଚାରି ନେଉଛନ୍ତି ଋତୁରାଜ । ଧୋନିଙ୍କର ବହୁତ ପ୍ରଶଂସକ ରହିଛନ୍ତି । ତେଣୁ ଧୋନିଙ୍କ ପାଇଁ ହଜାର ହଜାର ସଂଖ୍ୟାରେ ଫ୍ୟାନ୍ସ ଷ୍ଟାଡିୟମକୁ ଆସୁଛନ୍ତି । ଧୋନିଙ୍କ ପାଇଁ ଚେନ୍ନାଇ ସୁପରକିଙ୍ଗସକୁ ଆର୍ଥିକ ଫାଇଦା ମଧ୍ୟ ମିଳୁଛି ।

ସୂଚନାଯୋଗ୍ୟ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଚେନ୍ନାଇ ସୁପର କିଙ୍ଗ୍ସ (CSK)କୁ ୫୦ ରନରେ ପରାସ୍ତ କରିଥିଲା । ତେବେ ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସର ମହେନ୍ଦ୍ର ସିଂହ ଧୋନି ଙ୍କ ବ୍ୟାଟିଂ ଅର୍ଡରକୁ ନେଇ ପ୍ରଶ୍ନ ଉଠାଇଥିଲେ ବୀରେନ୍ଦ୍ର ସେହ୍ବାଗ ।

ଧୋନିଙ୍କ ବ୍ୟାଟିଂ ଅର୍ଡରକୁ ତାଚ୍ଛଲ୍ୟ କରିଥିଲେ କିଛି ପୂର୍ବତନ କ୍ରିକେଟର । ଇରଫାନ ପଠାନ, ରବିନ ଉଥପ୍ପା ଏବଂ ଆକାଶ ଚୋପ୍ରା ଭଳି ପୂର୍ବତନ କ୍ରିକେଟର ଏହି ନିଷ୍ପତ୍ତିକୁ ସମାଲୋଚନା କରିଥିଲେ । ଏହାପରେ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଏମଏସ ଧୋନିଙ୍କ ବ୍ୟାଟିଂକୁ ନେଇ ପ୍ରଶ୍ନ କରିଥିଲେ । ବୀରେନ୍ଦ୍ର ସେହ୍ବାଗ ଧୋନିଙ୍କ ବ୍ୟାଟିଂ ଅର୍ଡରକୁ ନେଇ ତାଙ୍କର ମତାମତ ରଖିଥିଲେ । ସେ କହିଥିଲେ, ‘ତୁମେ ଶୀଘ୍ର ଆସିଗଲ, ଠିକ୍ ନା ?’ ଏହା ପରେ ସେଠାରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଥିଲେ । ପୂର୍ବତନ ଭାରତୀୟ କ୍ରିକେଟର କହିଛନ୍ତି ଯେ, ‘ଯେତେବେଳେ ସେ ଆସିଥିଲେ, ୧୬ ଓଭର ଖେଳାଯାଇଥିଲା ।

Also Read : ଧୋନିଙ୍କୁ ତାତ୍ସଲ୍ୟ କଲେ ବୀରେନ୍ଦ୍ର ସେହ୍ବାଗ, ଭିଡିଓ ଭାଇରଲ