ପ୍ରଥମ ଥର ପାଇଁ ଆଇପିଏଲ ବେଳେ ଖେଳାଯିବ ପାକିସ୍ତାନ ସୁପର ଲିଗର ମ୍ୟାଚ, ମୁହାଁମୁହିଁ ହେବେ IU ଏବଂ LQ

ଆଜିଠୁ ପାକିସ୍ତାନରେ ଫଟାଫଟ କ୍ରିକେଟର ମହାସମର ପିଏସଏଲ l ପ୍ରଥମ ଥର ପାଇଁ ଆଇପିଏଲ ବେଳେ ଖେଳାଯିବ ପାକିସ୍ତାନ ସୁପର ଲିଗର ମ୍ୟାଚ l ପ୍ରଥମ ଦିନରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଇସଲାମାବାଦ ୟୁନାଇଟେଡ଼ ଓ ଲାହୋର କଲନ୍ଦର୍ସ l ସବୁଠୁ ବଡ଼ କଥା ଆଇପିଏଲ ସହ ଟକ୍କର ଦେବାକୁ ଜି ଜାନ ଲଗାଇଛି ପାକିସ୍ତାନ କ୍ରିକେଟ ବୋର୍ଡ l ବିଶ୍ୱ କ୍ରିକେଟର ଦୃଷ୍ଟି ଆକର୍ଷଣ କରିବାକୁ ଆଇପିଏଲ ଆରମ୍ଭ ହେବାର ୧ଘଣ୍ଟା ପରେ ପାକିସ୍ତାନ ସୁପର ଲିଗର ସମୟକୁ ନିର୍ଧାରିତ କରାଯାଇଛି l ପାକିସ୍ତାନ ସମୟ ରାତି ୮ରେ ମ୍ୟାଚ ଆରମ୍ଭ ହେବ l ଭାରତରେ ଆଇପିଏଲ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେଉଥିବାବେଳେ ପାକିସ୍ତାନ କ୍ରିକେଟ ଲିଗକୁ ଦର୍ଶକ ୮ଟା ୩୦ ରେ ଦେଖିପାରିବେ l ଏହା ପ୍ରଥମ ଥର ଯେବେ ଆଇପିଏଲ ଚାଲୁଥିବା ବେଳେ ପିଏସଏଲ ଖେଳାଯିବ l ଆଜିଠୁ ଆରମ୍ଭ ହେଉଥିବା ପିଏସଏଲର ଫାଇନାଲ ମ୍ୟାଚ ମଇ ୧୮କୁ ଖେଳାଯିବ l

 

Also Read : କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ୧୨୮ ବର୍ଷ ପରେ ଅଲମ୍ପିକ୍ସକୁ ଫେରିଲା କ୍ରିକେଟ