ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ: ୩୧୮ ରନ୍ର ବିଜୟ ଲକ୍ଷ୍ୟ ରଖିଲା ଭାରତ
ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ଇଂଲଣ୍ଡ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ୍ରେ ଭାରତ ଇଂଲଣ୍ଡ ସମ୍ମୁଖରେ ୩୧୮ ରନ୍ର ବିଜୟ ଲକ୍ଷ୍ୟ ରଖିଛି। ଟସ୍ ଜିତି ଇଂଲଣ୍ଡ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତୀୟ ଦଳ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ। ୫ ଓ୍ଵିକେଟ ବିନିମୟରେ ଦଳ ୩୧୭ ରନ୍ କରିବାରେ ସକ୍ଷମ ହୋଇଛି।
ଶିଖର ଧଓ୍ଵନ ୯୮ ରନ୍ କରି ଆଉଟ୍ ହୋଇଥିବା ବେଳେ ବିରାଟ କୋହଲି ୬୧ତମ ଅର୍ଦ୍ଧଶତକ ଯୋଡ଼ିଛନ୍ତି। ଏହି ଦୁଇ ଷ୍ଟାର୍ ଖେଳାଳିଙ୍କ ଛଡ଼ା କ୍ରୁନାଲ ପାଣ୍ଡ୍ୟା ବିସ୍ଫୋରକ ଇନିଂସ ଖେଳି ସ୍କୋରକୁ ଆଗକୁ ବଢ଼ାଇଥିଲେ। ସେ ୩୨ଟି ବଲ୍ରେ ୫୮ ରନ୍ କରିଥିଲେ। କେଏଲ୍ ରାହୁଲ ମଧ୍ୟ ଧୁଅାଁଧାର ବ୍ୟାଟିଂ କରି ୪୩ ବଲ୍ରେ ୬୨ ରନ୍ କରିପାରିଥିଲେ।