ଟି୨୦ ବିଶ୍ୱକପ ୨୦୨୪ : ଆଫଗାନିସ୍ତାନ ବିପକ୍ଷରେ ସୁପର-୮ ମ୍ୟାଚ ଖେଳିବ ଭାରତ, ସିରାଜଙ୍କ ବଦଳରେ କୁଲଦୀପଙ୍କୁ ମିଳିପାରେ ସ୍ଥାନ

ଭାରତୀୟ ଟିମ୍ ଆଜି ଟି୨୦ ବିଶ୍ୱକପର ସୁପର-୮ରେ ଆଫଗାନିସ୍ତାନକୁ ଭେଟିବ । ବ୍ରିଜଟାଉନରେ ଉଭୟ ଦଳ ମୁହାଁମୁହିଁ ହେବେ । ତେଣୁ ଭାରତୀୟ ଟିମ୍‌ର ପ୍ଲେଇଂ ଇଲେଭେନରେ କିଛିଟା ପରିବର୍ତ୍ତନ ଦେଖାଦେଇପାରେ । ଏହି ମ୍ୟାଚ ପାଇଁ ଭାରତୀୟ ଟିମ୍‌ ଶ୍ରେଷ୍ଠ ପ୍ଲେଇଂ ଇଲେଭେନ ସହିତ ମଇଦାନରେ ଏଣ୍ଟ୍ରି କରିବ । ଗ୍ରୁପ ଷ୍ଟେଜ ମ୍ୟାଚରେ ଭାରତୀୟ ଟିମ୍‌ ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ କରିନଥିଲା । କିନ୍ତୁ ସୁପର-୮ରେ ଆଫଗାନିସ୍ତାନ ବିପକ୍ଷରେ ଭାରତୀୟ ଟିମ୍‌ ପରିବର୍ତ୍ତନ ହେବା ନିଶ୍ଚିତ ।

ଏହି ମ୍ୟାଚରେ ସ୍ପିନର କୁଲଦୀପ ଯାଦବ କିମ୍ବା ୟୁଜବେନ୍ଦ୍ର ଚହଲଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା ରହିଛି । ଭାରତୀୟ ଟିମର କୋଚ ରାହୁଲ ଦ୍ରାବିଡ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ସଂକେତ ଦେଇଛନ୍ତି । ଦ୍ରାବିଡଙ୍କ କହିବାନୁସାରେ, ୱେଷ୍ଟଇଣ୍ଡିଜର ପରିସ୍ଥିତି ମନ୍ଥର ଗତିର ବୋଲରଙ୍କ ପାଇଁ ଭଲ ସୁଯୋଗ । ଉଭୟ ସ୍ପିନରକୁ ଭାରତ ବିଶ୍ୱକପରେ ଗୋଟିଏ ବି ମ୍ୟାଚ ଖେଳାଇ ନାହିଁ ।

ଭାରତ ନ୍ୟୁୟର୍କର ନାସାଉ କାଉଣ୍ଟି ଷ୍ଟାଡିୟମ୍‌ରେ ଦ୍ରୁତଗତି ବୋଲରଙ୍କ ଉପରେ ଭରସା କରିଥିଲା । କାରଣ ସେଠାକାର ‘ଡ୍ରାପ-ଇନ’ ପିଚ୍ ଦ୍ରୁତଗତି ବୋଲରଙ୍କୁ ସୁହାଉଥିଲା । ବାରବାଡୋସରେ କୁଲଦୀପ କିମ୍ବା ୟୁଜବେନ୍ଦ୍ରଙ୍କୁ ସୁଯୋଗ ଦିଆଯାଇପାରେ । ଭାରତର ୪ର୍ଥ ମ୍ୟାଚ ଫ୍ଲୋରିଡାରେ ହେବାକୁ ଥିଲା । ଯାହା ବର୍ଷା ଯୋଗୁଁ ବାତିଲ ହୋଇଥିଲା ।

ସମ୍ଭାବ୍ୟ ଟିମ୍‌ : ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂ ।

You might also like