ଦ୍ୱିତୀୟ ଦିନିକିଆରେ ଭାରତ ଏମିତି ହାରିଲା ଯେ ଛୁଟି ଦିନ ପାଣିଚିଆ ହେଲା : ୧୧ ଓଭରରେ ଖେଳ ଖତମ, ୧୦ ଓ୍ଵିକେଟ୍‌ରେ ଜିତିଲା ଅଷ୍ଟ୍ରେଲିଆ

ବିଶାଖାପାଟଣାରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ୧୧ ଓଭର ମଧ୍ୟରେ ହିଁ ଏହି ମ୍ୟାଚ୍‌କୁ ୧୦ ୱିକେଟ୍‌ରେ ହରାଇ ଦେଇଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦଳ ୧୧୭ ରନ୍‌ ସଂଗ୍ରହ କରିଥିଲା, ଯାହାର ଜବାବରେ ଅଷ୍ଟ୍ରେଲିଆ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା।

ଏହି ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ସେମାନଙ୍କ ପାଇଁ ଠିକ୍ ପ୍ରମାଣିତ ହୋଇଥିଲା। ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ଟିମ୍ ଇଣ୍ଡିଆକୁ ଧରାଶାୟୀ କରି ଦେଇଥିଲା। ମିଚେଲ ଷ୍ଟାର୍କ ଏହି ମ୍ୟାଚ୍‌ରେ ୫ ୱିକେଟ୍ ସଂଗ୍ରହ କରିଥିଲେ। ଭାରତ ତରଫରୁ ୩୧ ରନ୍ ସଂଗ୍ରହ କରିଥିବା ବିରାଟ କୋହଲି ସର୍ବାଧିକ ରନ୍ ସ୍କୋର କରିଥିଲେ।

ବିଶାଖାପାଟଣା ଦିନିକିଆରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ୧୦ ୱିକେଟରେ ପରାସ୍ତ କରିଛି। ଏହାସହ ଅଷ୍ଟ୍ରେଲିଆ ଏହି ସିରିଜରେ ୧-୧ରେ ବରାବରୀ ହାସଲ କରିଛି। ଭାରତ ଦେଇଥିବା ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ମାତ୍ର ୧୧ ଓଭରରେ ହିଁ ହାସଲ କରି ନେଇଥିଲା।

ଅଷ୍ଟ୍ରେଲିଆ ପାଇଁ ମିଚେଲ ମାର୍ଶ ୩୬ ବଲରେ ୬୬ ରନ୍ ସଂଗ୍ରହ କରିଥିବା ବେଳେ ଟ୍ରାଭିସ୍ ହେଡ୍ ୫୧ ରନ୍ କରିଥିଲେ। ଭାରତ ଅଷ୍ଟ୍ରେଲିଆକୁ ୧୧୮ ରନ୍ ଟାର୍ଗେଟ ଦେଇଥିଲା, ଯାହାକୁ ଅଷ୍ଟ୍ରେଲିଆ ୧୧ ଓଭରରେ ହିଁ ପୂରଣ କରିଥିଲା।