କ୍ରୀଡା

ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ବୋଲରଙ୍କ ହୋସ୍‌ ଉଡ଼ାଇ ଦେଲେ ଭାରତୀୟ ବ୍ୟାଟର : ଗିଲ୍, ଆୟରଙ୍କ ଧୂଆଁଧାର ଶତକ

ଇନ୍ଦୋର : ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଦଳୀୟ ସ୍କୋର କରି ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଜିତିବାକୁ ଭାରତ ଦେଇଛି ଠିକ୍‌ ୪୦୦ ରନ୍‌ର ଟାର୍ଗେଟ୍‌ । ୫୦ ଓଭରରେ ଭାରତ ୫ ଓ୍ଵିକେଟ୍‌ ହରାଇ କରିଛି ୩୯୯ ରନ୍‌ ।
ଆଜି ଭାରତୀୟ ବ୍ୟାଟର ପୂରା ଦମ୍‌ରେ କମାଲ୍ ଦେଖାଇଛନ୍ତି। ଶୁବମନ ଗିଲ୍ ଏବଂ ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ସାଙ୍ଗକୁ ଅଧିନାୟକ କେଲ୍‌ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ କଙ୍ଗାରୁ ବୋଲରଙ୍କ ହୋସ୍‌ ଉଡ଼ାଇ ଦେଇଥିଲା । ଶୁବମନ ଗିଲ୍ ୯୨ ବଲରେ ୧୦୦ କରିଥିବା ବେଳେ ଶ୍ରେୟସ ୯୦ ବଲରେ ୧୦୫ କରିଛନ୍ତି । ଭାରତ ଏକ ବଡ ସ୍କୋର ଅଭିମୁଖେ ରହିଛି । ୧୦୪ ରନ୍‌ କରିଥିବା ଗିଲ୍‌ ୪ ଛକା ଓ ୬ଟି ଚୌକା ମାରିଥିଲେ । ଶ୍ରେୟସ ତାଙ୍କ ଇନିଂସରେ ୧୧ ଚୌକା ଓ ୩ଟି ଛକା ମାରିଛନ୍ତି ।
ଇନ୍ଦୋରରେ ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ୍। ଏହାପରେ ଭାରତ ପକ୍ଷରୁ ଶୁବମନ ଗିଲ୍ ଏବଂ ଋତୁରାଜ ଗାଏକ୍ୱାଡ୍ ଓପନିଂ କରିଥିଲେ। ୧୨ ବଲ୍ ଖେଳି ୮ ରନରେ ଆଉଟ୍ ହୋଇ ଯାଇଥିଲେ ଋତୁରାଜ। ଏହାପରେ ଶୁବମନଙ୍କ ସହିତ ଶ୍ରେୟସ ଆୟର ପାର୍ଟନରସିପ କରିଥିଲେ ।
ଉଭୟ ଶତକୀୟ ପାଳି ଖେଳି ଦଳୀୟ ସ୍କୋର୍ ୨୧୬ରେ ପହଞ୍ଚାଇଥିଲେ। ଶ୍ରେୟସ ୧୦୫ ରନ୍ କରି ଆଉଟ୍ ହୋଇଯାଇ ଥିବାବେଳେ ଶୁବମନ୍ ୧୦୪ ରନ କରି ଆଉଟ୍ ହୋଇଥିଲେ । ସେମାନେ ଦ୍ୱିତୀୟ ଓ୍ଵିକେଟ୍‌ ଭାଗିଦାରୀରେ ୨୦୦ ରନ୍‌ ସଂଗ୍ରହ କରିଥିଲେ ।

ଗିଲ୍‌ଙ୍କ ରେକର୍ଡ଼

ଆଜିର ମ୍ୟାଚରେ ଶତକ ମାରି ଶୁବମନ କ୍ୟାରିଅରର ୬ଷ୍ଠ ଶତକ ପୂରଣ କରିଛନ୍ତି । ଆଉ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ତାଙ୍କର ପ୍ରଥମ ଶତକ । ଭାରତ ପକ୍ଷରୁ ସବୁଠୁ କମ୍‌ ମ୍ୟାଚ୍‌ ଖେଳି ସେ ୬ଟି ଶତକ ହାସଲ କରିଛନ୍ତି । ଶୁବମନ ୩୫ଟି ଦିନିକିଆ ଖେଳି ଛଅଟି ଶତକ ମାରିଛନ୍ତି । ଏହା ପୂର୍ବରୁ ଶିଖର ଧଓ୍ଵନ ୪୬ଟି ମ୍ୟାଚ୍ ଖେଳି ୬ଟି ଶତକ ପୂରଣ କରିଥିଲେ । ୬ଷ୍ଠ ଶତକ ମାରିବା ସହିତ କ୍ୟାଲେଣ୍ଡର ଇୟରରେ ଶୁବମନ ୫ଟି ଶତକ ପୂରଣ କରିଛନ୍ତି । ଏପର୍ଯ୍ୟନ୍ତ ସେ କ୍ୟାଲେଣ୍ଡର ଇୟରରେ ୧୨୦୦ ରନ୍ ସ୍କୋର କରି ସାରିଛନ୍ତି । ଗିଲ ଏପର୍ଯ୍ୟନ୍ତ ଦିନିକିଆରେ ୧୯୦୦ ରନ୍ ପାର କରିଛନ୍ତି । ଶୁବମନ ଗିଲ୍ ନିଜ କ୍ୟାରିଅରରେ ୧୮ଟି ଟେଷ୍ଟ, ୩୫ଟି ଦିନିକିଆ ଏବଂ ୧୧ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଛନ୍ତି ।
ଏମାନଙ୍କ ପରେ ଅଧିନାୟକ କେଏଲ୍‌ ରାହୁଲ ୩ଟି ଛକା ଓ ୪ଟି ଚୌକା ସହାୟତାରେ ୩୮ ବଲ୍‌ ଖେଳି ୫୨ ରନ୍‌ କରିଥିଲେ । ଯାହା ତାଙ୍କର ୧୫ତମ ଦିନିକିଆ ଅର୍ଦ୍ଧଶତକ । ତେବେ ସୂର୍ଯ୍ୟ କୁମାର ଯାଦବଙ୍କୁ ରୋକିବା ଯେମିତି ଅଷ୍ଟ୍ରେଲିଆ ବୋଲରଙ୍କ କ୍ଷମତା ବାହାରେ ଥିଲା । ସେ ପଡ଼ିଆରେ ବିସ୍ଫୋରଣ କରି ଚାଲିଥିଲେ । ଗ୍ରୀନ୍‌ଙ୍କ ଓଭରରେ ଲଗାତର ୪ଟି ଛକା ମାରିଥିଲେ । ସେହି ଓଭରରେ ଗ୍ରୀନ୍‌ ଦେଇଥିଲେ ମୋଟ ୨୬ ରନ୍‌ କ । ଆଉ ମାତ୍ର ୩୭ଟି ବଲ୍‌ରେ ୬ଟି ଛକା ଓ ୬ଟି ଚୌକା ମାରି ଅପରାଜିତ ୭୨ ରନ୍‌ କରିଥିଲେ । ଏହା ସୂର୍ଯ୍ୟ କୁମାରଙ୍କ ଲଗାତର ଅର୍ଦ୍ଧଶତକ । ତାଙ୍କ ସହିତ ରବୀନ୍ଦ୍ର ଜାଡେଜା ୯ ବଲ୍‌ରେ ୧୩ ରନ୍‌ କରି ଅପରାଜିତ ଥିଲେ ।
ଇନ୍ଦୋର ପିଚ୍‌ରେ ଅଷ୍ଟ୍ରେଲିଆ ବୋଲରଙ୍କ ଅବସ୍ଥା ଖରାପ ହୋଇ ଯାଇଥିଲା । କ୍ୟାମେରୁନ୍‌ ଗ୍ରୀନ୍‌ ୧୦୩ ରନ୍‌ ଦେଇ ୨ଟି ଓ୍ଵିକେଟ୍‌ ନେଇଥିଲେ । ସିନ୍‌ ଆବଟ୍‌ ୯୧ ରନ୍‌ରେ ଗୋଟିଏ ଓ୍ଵିକେଟ୍‌ ନେଇଥିବା ବେଳେ ଅନ୍ୟମାନେ ୬୦ରୁ ଅଧିକ ରନ୍‌ ବ୍ୟୟ କରିଥିଲେ ।

Swagatika

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

5 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

13 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

29 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

38 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

47 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago