କମାଲ କଲେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ: ୬ ୱିକେଟରେ ମ୍ୟାଚ୍ ଜିତି ସିରିଜ୍ ଜିତିଲା ଭାରତ

ଜିତିଲା ଟିମ ଇଣ୍ଡିଆ । କଙ୍ଗାରୁ ଟିମକୁ୬  ୱିକେଟ୍ ରେ ହରାଇଲା ଭାରତ। ତୃତୀୟ ଟି-୨୦ ମ୍ୟାଚ୍ ଜିତି ସିରିଜ କବଜା କରିଛି ଭାରତ। ରୋହିତ ବାହିନୀ ଙ୍କ ଦମଦାର ବୋଲିଂ ଏବଂ ବ୍ୟାଟିଂ ଅଷ୍ଟ୍ରେଲିଆ ଟିମକୁ ଧରାଶାୟୀ କରିଛି। ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ସିରିଜ ଜିତିଛି ଭାରତ।

୧୮୭ ରନ ଟାର୍ଗେଟ ପୂରଣ କରିବାକୁ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ କେଏଲ ରାହୁଲ ବ୍ୟାଟିଂ ଆରମ୍ଭ କରିଥିଲେ।  ରାହୁଲ ୭ ରନ୍ ଏବଂ ରୋହିତ ୧୭ରନ୍ କରି ଆଉଟ୍ ହୋଇଥିଲେ। ତାପରେ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଆସି ବ୍ୟାଟିଂ କରିଥିଲେ। କୋହଲି ୪୮ବଲ ରେ ୬୩ରନ୍ ସୂର୍ଯ୍ୟକୁମାର ୩୬ବଲ ରେ ୬୯ରନ୍ କରିଥିଲେ। ସେହିପରି ପାଣ୍ଡ୍ୟା ୨୫ରନ୍ ଏବଂ କାର୍ତ୍ତିକ ୧ରନ୍ କରି ଅପରାଜିତ ଥିଲେ। ତେବେ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଙ୍କ ଅର୍ଦ୍ଧଶତକ୍ ବଳରେ ଭାରତ ବିଜୟ ଲାଭ କରିଥିଲା।

ଭାରତ ୧୯.୫ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୭ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡାନିଏଲ ସାମ୍ସ ୩୩ ରନ ଦେଇ ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଛନ୍ତି ଜୋସ୍ ହେଜେଲଉଡ ଏବଂ ପ୍ୟାଟ୍ କମିନ୍ସ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଗ୍ରୀନ ଏବଂ ଟିମ୍ ଡେଭିଡ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନିର୍ଣ୍ଣାୟକ ଟି-୨୦ ମୁକାବିଲାରେ ଅଷ୍ଟ୍ରେଲିଆ ଚ୍ୟାଲେଞ୍ଜିଂ ସ୍କୋର କରିଥିଲା। କଙ୍ଗାରୁ ଦଳ ୭ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା। ଦଳ ପକ୍ଷରୁ ଟିମ୍ ଡେଭିଡ୍ ସର୍ବାଧିକ ୫୪ ରନ କରିଥିବା ବେଳେ କ୍ୟାମେରୁନ ଗ୍ରୀନ ୨୧ ବଲ୍‌ରୁ ୫୨ ରନ କରିଥିଲେ। ଡାନିଏଲ ସାମ୍ସ ୨୮ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଭାରତ ପକ୍ଷରୁ ସଫଳ ବୋଲର ଭାବେ ଅକ୍ଷର ପଟେଲ୍ ୩୩ ରନ ଦେଇ ୩ ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ ଆରମ୍ଭ କରିଥିଲା।  ୩.୩ ଓଭରରେ ୪୪ ରନର ଦଳୀୟ ସ୍କୋରରେ ଅଧିନାୟକ ଆରୋନ ଫିଞ୍ଚ(୭)ଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟପଟେ ଗ୍ରୀନ ଧୂଆଁଧାର ବ୍ୟାଟିଂ କରି ମାତର୍ ୧୯ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ।  ଗ୍ରୀନ ମାତ୍ର ୨୧ ବଲ୍‌ରୁ ୭ ଚୌକା ଏବଂ ୩ ଛକା ସହ ୫୨ ରନ କରିଥିଲେ। ଭୁବନେଶ୍ୱର କୁମାର ଗ୍ରୀନଙ୍କ ୱିକେଟ ନେଇଥିଲେ।

ମ୍ୟାକ୍ସଓ୍ଵେଲ(୬) ରନ ଆଉଟ୍ ହୋଇଥିବା ବେଳେ ଷ୍ଟିଭ୍ ସ୍ମିଥ(୯) ଚହଲଙ୍କ ବଲ୍‌ରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଜୋସ୍ ଇଙ୍ଗ୍ଲିସ୍(୨୪) କରିଥିଲେ। ମାଥ୍ୟୁ ଓ୍ଵେଦ(୧)ଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ଦଳକୁ ବଡ ସଫଳତା ଦେଇଥିଲେ। ୧୧୭ ରନରେ ୬ ଓ୍ଵିକେଟ୍ ହରାଇବାର ଅଷ୍ଟ୍ରେଲିଆର ରନ ଗତି ଧିମେଇ ଯାଇଥିଲା। ଏହା ପରେ ଟିମ୍ ଡେଭିଡ୍ ଏବଂ ଡାନିଏଲ ସାମ୍ସ ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଟିମ୍ ଡେଭିଡ୍ ବିସ୍ଫୋରକ ବ୍ୟାଟିଂ କରି ଅଷ୍ଟ୍ରେଲିଆର ସ୍ଥିତି ମଜବୁତ କରିଥିଲେ। ଡେଭିଡ୍ ୨୫ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସାମ୍ସ ୨୮ ରନରେ ଅପରାଜିତ ଥିଲେ।

Also Read : ଏଥର ଦିନେଶ କାର୍ତ୍ତିକ ବେକ ନ ଧରି ସିଧା ମୁଣ୍ଡକୁ କିସ୍‌ କଲେ ରୋହିତ ଶର୍ମା, ଭିଡିଓ ଭାଇରଲ

Leave A Reply

Your email address will not be published.