ଇନ୍ଦୋର ଟେଷ୍ଟର ଆଜି ଦ୍ୱିତୀୟ ଦିନ : କଙ୍ଗାରୁ ଟିମକୁ ଜିତିବାକୁ ୭୬ ରନର ଟାର୍ଗେଟ

ଇନ୍ଦୋର ଟେଷ୍ଟର ଆଜି ଦ୍ୱିତୀୟ ଦିନ । ଅଷ୍ଟ୍ରେଲିଆକୁ ମ୍ୟାଚ ଜିତିବାକୁ ୭୬ ରନ୍‌ ଆବଶ୍ୟକ। ଗତକାଲି ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା । କେବଳ ଚେତେଶ୍ୱର ପୂଜାର ଅର୍ଦ୍ଧଶତକ କରିବାରେ ସକ୍ଷମ ହୋଇଥିଲେ ।

ଇନ୍ଦୋର ଟେଷ୍ଟର ଆଜି ଦ୍ୱିତୀୟ ଦିନ । ଅଷ୍ଟ୍ରେଲିଆକୁ ମ୍ୟାଚ ଜିତିବାକୁ ୭୬ ରନ୍‌ ଆବଶ୍ୟକ। ଗତକାଲି ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା । କେବଳ ଚେତେଶ୍ୱର ପୂଜାର ଅର୍ଦ୍ଧଶତକ କରିବାରେ ସକ୍ଷମ ହୋଇଥିଲେ । ଶ୍ରେୟସ ଆୟର ୨୬, ଅଶ୍ୱିନୀ ୧୬, କୋହଲି ୧୩ ଏବଂ ରୋହିତ ଶର୍ମା ୧୨ ରନ୍‌ କରି ଆଉଟ୍‌ ହୋଇଥିଲେ ।

ତୃତୀୟ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୦୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ଜବାବରେ ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ୧୯୭ ରନ୍‌ କରିଥିଲା । ଦ୍ୱିତୀୟ ଇନିଂସରେ ଭାରତ ୧୬୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି । ଫଳରେ ୭୫ ରନ୍‌ର ଲିଡ୍‌ ହାସଲ କରିଛି କଙ୍ଗାରୁ ଦଳ ।