ଭାରତ-ଅଷ୍ଟ୍ରେଲିଆ ଗାବା ଟେଷ୍ଟ : ବୁମରା ଏବଂ ଆକାଶଦୀପଙ୍କ ପାର୍ଟନରସିପ୍ ବଳରେ ଫଲୋଅନ ଏଡାଇଲା ଭାରତ
ବ୍ରିସବେନର ଗାବାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ଫଲୋଅନ ଏଡାଇବାରେ ସଫଳ ହେଲା ଭାରତ । ବୁମରା ଓ ଆକାଶଦୀପଙ୍କ ପାର୍ଟନରସିପ୍ ବଳରେ ୨୫୦ରନ୍ ପାରି କରିଛି ଟିମ୍ । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୯ୱିକେଟ ହରାଇ ଭାରତ ୨୫୨ ରନ କରିଛି । ୨୧୩ ରନରେ ଭାରତ ନବମ ୱିକେଟ୍ ହରାଇଥିଲା । ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଆସି ୩୧ ବଲରେ ଗୋଟିଏ ଛକା ଏବଂ ଦୁଇଟି ଚୌକା ବଳରେ ୨୭ ରନ୍ କରି ନଟ୍ ଆଉଟ ଅଛନ୍ତି ଆକାଶ ଦୀପ । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ଠାରୁ ଏବେ ୧୯୩ ରନ୍ ପଛରେ ରହିଛି ଭାରତ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪୫ ରନ୍ କରିଥିଲା ।
ତେବେ ବୁମରା ଏବଂ ଆକାଶଦୀପ ଫଲୋଅନ ଏଡାଇବାକୁ ସଫଳ ହେବା ପରେ ଡ୍ରେସିଂ ରୁମରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀର ଖୁସି ନଜର ଆସିଥିଲେ । ଆକାଶଦୀପ ୩୧ ବଲରେ ୨୭ ରନ୍ କରିଥିବା ବେଳେ ବୁମରା ୨୭ ବଲରେ ୧୦ ରନ୍ କରି ଅପରାଜିତ ରହିଛନ୍ତି । ବୁମରା କେମିନ୍ସଙ୍କ ବଲରେ ଛକା ମଧ୍ୟ ମାରିଛନ୍ତି ।
ଏବେ ବି ଦଳ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ୧୯୩ ରନ ପଛରେ ରହିଛି । ଭାରତ ମ୍ୟାଚ୍ ବଞ୍ଚାଇବାକୁ ସଂଘର୍ଷ କରୁଛି । ହେଲେ ବର୍ଷା ସାଜିଛି ଅଷ୍ଟ୍ରେଲିଆ ପାଇଁ ଖଳନାୟକ ସାଜିଛି । ଶୁକ୍ରବାର ବର୍ଷା ଯୋଗୁ ଅଷ୍ଟ୍ରେଲିଆ ମାତ୍ର ୧୩ ଓଭର ବ୍ୟାଟିଂ କରିଥିଲା । ଦ୍ୱିତୀୟ ଦିନ ଖେଳରେ ବର୍ଷା ବାଧକ ସାଜି ନଥିଲା । କିନ୍ତୁ ତୃତୀୟ ଦିନରେ ବର୍ଷା ୫ଥର ଖେଳରେ ବାଧା ସୃଷ୍ଟି କରିଥିଲା । ଏପରି କି ତୃତୀୟ ଦିନରେ କେବଳ ୩୩.୧ ଓଭର ହିଁ ଖେଳ ହୋଇ ପାରିଥିଲା ।
ବ୍ୟାଟିଂ ପୂର୍ବରୁ ବୋଲିଂରେ କମାଲ କରିଥିଲେ ବୁମରା । ତୃତୀୟ ଟେଷ୍ଟ ମ୍ୟାଚରେ କମାଲ କରିଛନ୍ତି ଜସପ୍ରୀତ ବୁମରା । ୫ ୱିକେଟ ନେଇ ଇତିହାସ ରଚିଛନ୍ତି ବୁମରା । ପ୍ରଥମ ଇନିଂସରେ ୬ ଓ୍ବିକେଟ ନେଇ ରେକର୍ଡ କରିଛନ୍ତି । ବୁମରା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ୨୮ ଓଭରରେ ୭୬ ରନ୍ ସହିତ ୬ ୱିକେଟ ହାସଲ କରିଛନ୍ତି ।