ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍‌: ରୋହିତ ଶର୍ମାଙ୍କୁ ବି ଲାଗିଲା କି ଆଘାତ! ଆଉଟ୍‌ ହେବା ପରେ ଛୋଟେଇ ଛୋଟେଇ ଫେରିଲେ ପାଭେଲିୟନ୍‌

ଗାବା ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ସହ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶନିବାର ଭାରତୀୟ ଓପନର ରୋହିତ ଶର୍ମା ଆଉଟ୍‌ ହେବା ପରେ ଛୋଟେଇ ଛୋଟେଇ ପଡ଼ିଆରୁ ବାହାରକୁ ଯାଇଥିଲେ। ଏହା ପରେ ଏବେ ପ୍ରଶ୍ନ ଉଠୁଛି ଯେ କ’ଣ ରୋହିତ ଶର୍ମା ମଧ୍ୟ ଆହତ ହୋଇଛନ୍ତି? ମାତ୍ର ଏନେଇ ଅଫିସିଆଲି କୌଣସି ଘୋଷଣା ହୋଇନାହିଁ।


ରୋହିତ ଶର୍ମା ୭୪ ବଲ୍‌ରେ ୬ଟି ଚଉକା ମାରି ୪୪ ରନ୍‌ରେ ଆଉଟ୍‌ ହୋଇଛନ୍ତି। ସେ ନାତନ୍‌ ଲ୍ୟୋନ୍‌ଙ୍କ ବଲ୍‌ରେ ଛକା ମାରିବାକୁ ଚେଷ୍ଟା କରି କ୍ୟାଚ୍‌ ଆଉଟ୍‌ ହୋଇଛନ୍ତି। ଆଉଟ୍‌ ହେବା ପରେ ସେ ଛୋଟେଇ ଛୋଟେଇ ପାଭେଲିୟନ୍‌କୁ ଫେରିଥିଲେ। ତାଙ୍କୁ ଦେଖିଲେ ଲାଗୁଛି ଯେମିତି ତାଙ୍କୁ ହେମଷ୍ଟ୍ରିଙ୍ଗ୍‌ ଇନଜ୍ୟୁରି ହୋଇଛି।

ତେବେ ରୋହିତ ଆଉଟ୍‌ ହେବା ପରେ ସୁନୀଲ ଗାଭାସ୍କର ଏନେଇ ମୁହଁ ଖୋଲିଛନ୍ତି। ସେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି, ‘ଆଶ୍ଚର୍ଯ୍ୟଜନକ ଭାବେ ଏହା ଏକ ବେଦାୟିତ୍ୱ ସଟ୍‌। ଆପଣ ଏହା ପୂର୍ବ ବଲ୍‌ରେ ଚଉକା ମାରୁଛନ୍ତି ଓ ତା’ପରେ ସଟ୍‌ ଆଉଟ୍‌ ହେଉଛନ୍ତି। ଆପଣ ଜଣେ ବରିଷ୍ଠ ଖେଳାଳି ଓ ଏଭଳି ସଟ୍‌ ଖେଳିବା ପାଇଁ ଆପଣଙ୍କୁ କ୍ଷମା ମିଳିବ ନାହିଁ। ଆପଣ ନିଜ ଓ୍ଵିକେଟ୍‌କୁ ଉପହାରରେ ଦେଇଦେଲେ। ଏହା ଟେଷ୍ଟ ମ୍ୟାଚ୍‌। ଆପଣ ଭଲ ଆରମ୍ଭ କଲେ ଓ ଏହାକୁ ଏକ ବଡ଼ ଖେଳରେ ବଦଳାଇବା ଦରକାର ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.