ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ : ଟସ୍ ଜିତି ବ୍ୟାଟିଂ କରିବ ଅଷ୍ଟ୍ରେଲିଆ, ଅପରିବର୍ତ୍ତିତ ଏକାଦଶ ସହ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ଟକ୍କର । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ବ୍ୟାଟିଂ କରିବାକୁ ରହିଥିବା ବେଳେ ଭାରତ ବୋଲିଂ କରିବ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଅପରିବର୍ତ୍ତିତ ଏକାଦଶ ସହିତ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।
ନ୍ୟୁଜିଲାଣ୍ଡ ବିପକ୍ଷ ଟିମ ସହିତ ଖେଳିବ ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ଟିମରେ ଦୁଇଟି ପରିବର୍ତ୍ତନ ହୋଇଛି । ସ୍ମିଥ ଦଳରେ ତନବୀର ଏବଂ କୁପରଙ୍କୁ ସାମିଲ କରିଛନ୍ତି । ତେବେ ସ୍ପିନର ଉପରେ ଉଭୟ ଟିମ ଭରସା କରିଛନ୍ତି ।
ପ୍ରଥମ ଗ୍ରୁପ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ପରାଜିତ କରିଥିଲା । ଏହାପରେ ଦଳ ପାକିସ୍ତାନ ଏବଂ ତାପରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା ।
ଟିମ ଇଣ୍ଡିଆ : ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୂଳଦୀପ ଯାଦବ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ
ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆ: ଟ୍ରାଭିସ୍ ହେଡ୍, କୁପର କନୋଲି, ଷ୍ଟିଭ୍ ସ୍ମିଥ୍ (ୱିକେଟ୍), ମାର୍ନସ୍ ଲାବୁସେନ, ଜୋଶ୍ ଇଂଲିସ୍ (ୱିକେଟକିପର), ଆଲେକ୍ସ କ୍ୟାରି, ଗ୍ଲେନ୍ ମ୍ୟାକ୍ସୱେଲ୍, ବେନ୍ ଡ୍ୱାରସିୟସ୍, ନାଥନ୍ ଏଲିସ୍, ଆଡାମ ଜାମ୍ପା, ତନବୀର ସାଙ୍ଗା
ସୂଚନାଯୋଗ୍ୟ, ୨୦୨୩ ବିଶ୍ବକପ ଫାଇନାଲ ପରାଜୟ ପ୍ରତିଶୋଧ ଅପେକ୍ଷାରେ ଭାରତ । ଚାମ୍ପିଅନ୍ସ ଟ୍ରଫିରେ ଭାରତ ଅପରାଜେୟ ଭାବେ ସେମିଫାଇନାଲରେ ଏଣ୍ଟ୍ରି କରିଛି । ଚାମ୍ପିଅନ୍ସ ଟ୍ରଫିରେ ଦୁଇ ଦଳ ଏପର୍ଯ୍ୟନ୍ତ ଅପରାଜେୟ ଅଛନ୍ତି । ଗ୍ରୁପ ପର୍ଯ୍ୟାୟ ଶେଷ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିବା ଟିମ ଇଣ୍ଡିଆର ମନୋବଳ ସୁଦୃଢ଼ ରହିଛି ।
Also Read : ଟିମ୍ ଇଣ୍ଡିଆକୁ ଝଟକା, ମୁମ୍ବାଇ ସ୍ପିନର ପଦ୍ମାକର ଶିଭାଲକରଙ୍କ ପରଲୋକ