ରୋହିତ ବାହିନୀ ଫେଲ୍, ବାଂଲାଦେଶକୁ ୧୮୭ ରନର ଟାର୍ଗେଟ ଦେଲା ଭାରତ

ଆଜିଠାରୁ ଆରମ୍ଭ ହୋଇଛି ଭାରତ-ବାଂଲାଦେଶ ଦିନିକିଆ ସିରିଜ୍ । ବାଂଲାଦେଶକୁ ୧୮୭ ରନର ଟାର୍ଗେଟ ଦେଇଛି ଭାରତ। ଭାରତ ୧୮୬ ରନରେ ଅଲଆଉଟ୍ ହୋଇଛି ଭାରତ । ପ୍ରଥମ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଘରୋଇ ଟିମ୍ ବାଂଲାଦେଶ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ ।
ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳର ପଡ଼ିଆକୁ ଓହ୍ଲାଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ରୋହିତ ଶର୍ମା ଏବଂ ଶିଖର ଧଓ୍ଵନ ପଡିଆକୁ ଓହ୍ଲାଇଥିଲେ। ରୋହିତ ଏବଂ ଧଓ୍ଵନ ଭଲ ବ୍ୟାଟିଂ ଆରମ୍ଭ କରିଥିବା ସତ୍ତ୍ୱେ ବାଂଲାଦେଶୀ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ। ପ୍ରଥମରୁ ବିପର୍ଯ୍ୟୟର ସାମ୍ନା କରିଥିଲା ଭାରତ। ୫ ଓଭରରେ ଟିମର ସ୍କୋର ୨୩ ରନ ଥିବା ବେଳେ ପ୍ରଥମ ଓ୍ଵିକେଟ ଶିଖର ଧଓ୍ଵନଙ୍କର ପଡିଥିଲା। ଶିଖର ଧଓ୍ଵନ ୭ ରନ୍ କରି ହସନ ମିର୍ଜାଙ୍କ ଶିକାର ହୋଇଥିଲେ। ତା’ ପରେ ରୋହିତ ଶର୍ମା ୨୭ ରନ, ବିରାଟ କୋହଲି ୯ ରନ, ଶ୍ରେୟସ ଆୟର ୨୪ ରନ୍ କରି ଆଉଟ୍ ହୋଇଥିଲେ।
ସେପଟେ କେଏଲ ରାହୁଲ ୬୧ ରନ୍ କରି ଅପରାଜିତ ବ୍ୟାଟିଂ କରୁଥିଲେ ମଧ୍ୟ କୌଣସି ସାଥି ଖେଳାଳି ତିଷ୍ଠି ନଥିଲେ। ଓ୍ଵାଂଶିଟନ ସୁନ୍ଦର ୧୯ ରନ, ଶାହବାଜ ଅହମଦ ୦, ଶାର୍ଦ୍ଦୁଳ ଠାକୁର ୨, ଦୀପକ ଚହର ୦ ରନ୍ କରି ଆଉଟ୍ ହୋଇଥିଲେ।
ବାଂଲାଦେଶ ପକ୍ଷରୁ ସକିବ ଅଲ୍ ହସନ ୫ଟି ଓ୍ଵିକେଟ ନେଇଥିବା ବେଳେ ହୋସେନ ୨ଟି, ମିରାଜ ୧ଟି ଓ୍ଵିକେଟ ନେଇଛନ୍ତି ।