ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ : ବାଂଲାଦେଶ ୨୩୪ ରନରେ ଅଲଆଉଟ୍‌, ୨୮୦ ରନରେ ଜିତିଲା ଭାରତ

ଚେନ୍ନାଇରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ଜିତିଲା ଭାରତ । ବାଂଲାଦେଶ ୨୩୪ ରନରେ ଅଲଆଉଟ ହୋଇଥିବାରୁ ଭାରତ ୨୮୦ ରନରେ ଜିତିଛି । ଭାରତ ବାଂଲାଦେଶକୁ ୫୧୫ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ବାଂଲାଦେଶ ୨୩୪ ରନରେ ଅଲଆଉଟ ହୋଇଥିଲା । ଭାରତ ପାଇଁ ଅଶ୍ୱିନ କମାଲ କରିଛନ୍ତି । ଅଶ୍ୱିନ ପ୍ରଥମ ଟେଷ୍ଟରେ ଶତକ ମାରିଥିବା ବେଳେ ୬ଟି ଓ୍ୱିକେଟ ନେଇଛନ୍ତି । ଭାରତ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ।

ଚେନ୍ନାଇରେ ଖେଳା ଯାଇଥିବା ମ୍ୟାଚରେ ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ।   ଏହି ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୩୭୬ ରନ୍ କରିଥିଲା । ଏହାପରେ ଦ୍ୱିତୀଳ ପାଳିରେ ବାଂଲାଦେଶ ୧୪୯ ରନ୍ କରି ଅଲ ଆଉଟ୍ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ ଭାରତ ୪ ୱିକଟ ହରାଇ ୨୮୭ ରନ୍ କରି ପାଳି ଘୋଷଣା କରିବା ପରେ ବାଂଲାଦେଶ ଆଗରେ ୫୧୫ ରନର ଟାର୍ଗେଟ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like