ଭାରତ-ବାଂଲାଦେଶ ଦ୍ୱିତୀୟ ଟି-୨୦: ଆଜି ଦିଲ୍ଲୀରେ ଖେଳାଯିବ ମ୍ୟାଚ, ସିରିଜ ଜିତିବାକୁ ଓହ୍ଲାଇବ ଭାରତୀୟ ଟିମ

ଆଜି ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-୨୦ । ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ଦ୍ବିତୀୟ ମ୍ୟାଚ୍ ଦିଲ୍ଲୀରେ ଖେଳାଯିବ । ବାଂଲାଦେଶ ବିପକ୍ଷ ପ୍ରଥମ ଟି-୨୦କୁ ୭ ୱିକଟେରେ ଜିତି ସିରିଜରେ ୧-୦ ରେ ଆଗୁଆ ରହିଛି ଭାରତ । ତେବେ ଦ୍ବିତୀୟ ଟି-୨୦ ଜିତି ଭାରତ ଅପରାଜେୟ ଅଗ୍ରଣୀ ହାସଲ କରିବା ଲକ୍ଷ୍ୟରେ ରହିଛି । ଟେଷ୍ଟ ସିରିଜକୁ ଭାରତ ୨-୦ରେ କ୍ଲିନ ସୁଇପ କରିଥିଲା । ଏହାପରେ ଟି୨୦ ସିରିଜ ଉପରେ କବଜା କରିବାକୁ ଲକ୍ଷ୍ୟ ରଖିଛି ।
ସେପଟେ ଭାରତ ମାଟିରେ ପ୍ରଥମ ବିଜୟ ହାସଲ ଲକ୍ଷ୍ୟରେ ରହିଛି ଭ୍ରମଣକାରୀ ବାଂଲାଦେଶ ଟିମ୍ । ଭାରତୀୟ ବ୍ୟାଟରଙ୍କ ଉପରେ ଦର୍ଶକଙ୍କ ନଜର ରହିବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂକୁ ଫ୍ୟାନ୍ସ ଉତ୍ସକତାର ସହ ଅପେକ୍ଷା କରି ରହିଛନ୍ତି । ପ୍ରଥମ ମ୍ୟାଚରେ ଅଭିଜ୍ଞ ବାଂଲାଦେଶକୁ ୧୨୮ ରନର ମଧ୍ୟରେ ସୀମିତ ରଖିବା ସହ ଭାରତ ମାତ୍ର ୧୨ ଓଭର ମଧ୍ୟରେ ବିଜୟ ହାସଲ କରିଥିଲା । ଭାରତକୁ ହରାଇବାକୁ ହେଲେ ପ୍ରଥମେ ବାଂଲାଦେଶକୁ ବ୍ୟାଟିଂରେ ଉନ୍ନତି ଆଣିବାକୁ ହେବ ।
ଭାରତୀୟ ଟିମ୍ : ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଂଜୁ ସାମସନ(ଓ୍ୱିକେଟ କିପର), ରିଙ୍କୁ ସିଂ, ହାର୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ଓ୍ୱାଂଶିଟନ ସୁନ୍ଦର, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ଜିତେଶ ଶର୍ମା, ଅର୍ଶଦୀପ ସିଂ, ହର୍ଷିତ ରାଣା ଏବଂ ମୟଙ୍କ ଯାଦବ ।