ରୋମାଞ୍ଚକର ସ୍ଥିତିରେ ଭାରତ–ବାଂଲାଦେଶ ଦ୍ୱିତୀୟ ଟେଷ୍ଟ । କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟରେ ବର୍ଷା ଯୋଗୁ ମ୍ୟାଚର ଅଢ଼େଇ ଦିନ ବାତିଲ ହୋଇଥିବା ବଳେେ ୫ମ ଦିନରେ ଭାରତ ଜିତିବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।
୫ମ ଦିନରେ ବାଂଲାଦେଶ ୩ ଓ୍ୱିକେଟ ହରାଇ ମ୍ୟାଚ ଆରମ୍ଭ କରିଥିଲା । କିନ୍ତୁ ଅଶ୍ୱିନ ଏବଂ ଜାଡେଜାଙ୍କ ବୋଲିଂ ଧରାଶାୟୀ ହୋଇଛି ବାଂଲାଦେଶ ଟିମ୍ । ବର୍ତ୍ତମାନ ସୁଦ୍ଧା ବାଂଲାଦେଶ ଟିମ୍ ୧୪୬ ରନ କରି ଅଲଆଉଟ ହୋଇଛି । ଭାରତକୁ ୯୫ ରନର ଟାଗେର୍ଟ ଦେଇଛି ବାଂଲାଦେଶ । ଭାରତ ୯୫ ରନ ଟାଗେର୍ଟକୁ ପୂରଣ କଲେ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଜିତିବ । ଭାରତ ୨-୦ରେ ଟେଷ୍ଟ ସିରିଜ ଜିତିବ ।
ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ, ବୁମରା ଏବଂ ଜାଡେଜା ୩ଟି ଲେଖାଏଁ ଓ୍ୱିକେଟ ନେଇଥିବା ବେଳେ ଆକାଶଦୀପ ଗୋଟିଏ ଓ୍ୱିକେଟ ନେଇଛନ୍ତି ।
ପ୍ରଥମେ ବାଂଲାଦେଶକୁ ୨୩୩ରେ ଅଲଆଉଟ କରିବା ପରେ ଭାରତୀୟ ଖେଳାଳି ୩୫ ଓଭରରେ ୨୮୫ ରନ୍ କରି ଇନିଂସ ଘୋଷଣା କରିଥିଲା । ଯଶସ୍ୱୀ ଜୈସୱାଲ ୫୧ ବଲରେ ୭୨, ରୋହିତ ଶର୍ମା ୧୧ ବଲରେ ୨୩, ଶୁବମନ ଗିଲ ୩୬ ବଲରେ ୩୯, ଋଷଭ ପନ୍ତ ୧୧ ବଲରେ ୯, ବିରାଟ କୋହଲି ୩୫ ବଲରେ ୪୭, କେଏଲ ରାହୁଲ ୪୩ ବଲରେ ୬୮ ଓ ଆକାଶ ଦୀପ ୫ ବଲରେ ୧୨ ରନ କରିଥିଲେ ।
ଭାରତ ସ୍କୋର ୨୮୫/୯ ହୋଇଥିବା ବେଳେ ରୋହିତ ପ୍ରଥମ ଇନିଂସ ଘୋଷଣା କରିଥିଲେ। ମାତ୍ର ୩୫ ଓଭର ବ୍ୟାଟିଂ କରି ୫୨ ରନର ଗୁରୁତ୍ୱପୂର୍ଣ୍ଣ ଲିଡ ହାସଲ କରିନେଇଥିଲା । ସେପଟେ ବାଂଲାଦେଶ ବ୍ୟାଟିଂ ଆରମ୍ଭ କରି ୨୬ ରନରେ ୨ଟି ଓ୍ୱିକେଟ ହରାଇଥିଲା । ୫ମ ଦିନରେ ବାଂଲାଦେଶ ୩ ଓ୍ୱିକେଟ ହରାଇ ମ୍ୟାଚ ଆରମ୍ଭ କରିଥିଲା ।