ନ୍ୟୁଜିଲାଣ୍ଡ ଗସ୍ତ ପରେ ଏବେ ବାଂଲାଦେଶ ଗସ୍ତରେ ଯିବ ଟିମ୍‌ ଇଣ୍ଡିଆ, ପଡିଆକୁ ଫେରିବେ ବିରାଟ କୋହଲି

ନ୍ୟୁଜିଲାଣ୍ଡ ଗସ୍ତ ପରେ ଏବେ ବାଂଲାଦେଶ ଗସ୍ତରେ ଯିବ ଭାରତୀୟ ଦଳ। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଦଳ ଜିତିଥିବା ବେଳେ ଦିନିକିଆ ସିରିଜରେ ପରାସ୍ତ ହୋଇଛି। ଏବେ ବାଂଲାଦେଶ ଗସ୍ତରେ ଦଳ ୩ଟି ଦିନିକିଆ ଏବଂ ୨ ଟେଷ୍ଟ ମ୍ୟାଚ୍‌ ସିରିଜ୍ ଖେଳିବ। ଏ ନେଇ ଭାରତୀୟ ଦଳ ଘୋଷଣା ହୋଇ ସାରିଛି। ପ୍ରଥମେ ଦିନିକିଆ ମ୍ୟାଚ୍‌ ଖେଳାଯିବ। ୪ ଡିସେମ୍ବରରୁ ଏହି ମ୍ୟାଚ୍‌ ଆରମ୍ଭ ହେବ। ଏହି ସିରିଜରେ ଟିମ୍‌ ଇଣ୍ଡିଆକୁ ଫେରିଛନ୍ତି ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ ସମସ୍ତ ଖେଳାଳି। ସେହିଭଳି ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ ଭଳି ଖେଳାଳିଙ୍କୁ ସିରିଜରୁ ବାଦ୍‌ ଦିଆଯାଇଛି।

ନ୍ୟୁଜିଲାଣ୍ଡ ଗସ୍ତରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଦଳର ନେତୃତ୍ଵ ନେଇଥିବା ବେଳେ ଶିଖର ଧଓ୍ଵନ ଦିନିକିଆ ସିରିଜରେ ଅଧିନାୟକ ଦାୟିତ୍ଵରେ ରହିଥିଲେ। ଏହି ଗସ୍ତରେ ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଏବଂ ଅନ୍ୟ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା ।

ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ଦୁଇ ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳାଯିବ। ଦିନିକିଆ ସିରିଜ୍ରୁ ଦଳ ନିଜର ଗସ୍ତ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍ ଡିସେମ୍ବର ୪ରେ ଖେଳାଯିବ। ଦ୍ଵିତୀୟ ଦିନିକିଆ ଡିସେମ୍ବର ୭ ଏବଂ ତୃତୀୟ ମ୍ୟାଚ୍ ଡିସେମ୍ବର ୧୦ରେ ଖେଳାଯିବ। ଏହାପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ପ୍ରଥମ ଟେଷ୍ଟ ଡିସେମ୍ବର ୧୪ ଏବଂ ଦ୍ଵିତୀୟ ଟେଷ୍ଟ ଡିସେମ୍ବର ୨୨ରୁ ଆରମ୍ଭ ହେବ।

ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଶିଖର ଧଓ୍ଵନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟସ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଇଶାନ କିଷନ(ଓ୍ଵିକେଟ୍ କିପର), ଶାହବାଜ ଅହମ୍ମଦ, ଅକ୍ଷର ପଟେଲ୍, ଓ୍ଵାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଦୀପକ ଚହର ଏବଂ କୁଲଦୀପ ସେନ।

ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଶୁଭମାନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ।

ଭାରତର ବାଂଲାଦେଶ ଗସ୍ତ ;

ଡିସେମ୍ବର ୪: ପ୍ରଥମ ଦିନିକିଆ,ଢାକା

ଡିସେମ୍ବର ୭: ଦ୍ଵିତୀୟ ଦିନିକିଆ, ଢାକା

ଡିସେମ୍ବର ୧୦: ତୃତୀୟ ଦିନିକିଆ, ଢାକା

ଡିସେମ୍ବର ୧୪ରୁ ୧୮: ପ୍ରଥମ ଟେଷ୍ଟ, ଚଟଗାଓଁ

ଡିସେମ୍ବର ୨୨ରୁ ୨୬: ଦ୍ଵିତୀୟ ଟେଷ୍ଟ, ଢାକା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.