ଭାରତ ବନାମ ବାଂଲାଦେଶ ଦ୍ୱିତୀୟ ଦିନିକିଆ: ହସନ ମିରାଜଙ୍କ ଶତକ, ଭାରତକୁ ୨୭୨ ରନର ଟାର୍ଗେଟ ଦେଲା ବାଂଲାଦେଶ

ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଛି ଦ୍ୱିତୀୟ ଦିନିକିଆ। ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ ହରାଇ ୨୭୧ ରନ୍‌ କରିଛି ବାଂଲାଦେଶ। ଭାରତକୁ ଦ୍ୱିତୀୟ ଦିନିକିଆ ଜିତିବା ପାଇଁ ୨୭୨ ରନ୍‌ର ଆବଶ୍ୟକତା ରହିଛି । ଆଜିର ମ୍ୟାଚରେ ଭାରତୀୟ ଟିମରେ ୨ଟି ପରିବର୍ତ୍ତନ କରାଯାଇଛି । ଶାହାବାଜ୍ ଅହମ୍ମଦ ଓ କୁଳଦୀପ ସେନଙ୍କ ବଦଳରେ ଅକ୍ଷର ପଟେଲ ଏବଂ ଉମ୍ରାନ ମଲ୍ଲିକ ଟିମରେ ସାମିଲ ହୋଇଛନ୍ତି ।

ଢାକାର ସେର ବାଙ୍ଗଲା ନ୍ୟାସନାଲ ଷ୍ଟାଡିୟମରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ବାଂଲାଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ଭାରତୀୟ ବୋଲରଙ୍କ ବୋଲିଂକୁ ସାମ୍ନା କରିପାରିନଥିଲା।

ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବାଂଲାଦେଶ ଟିମର ଅଧିନାୟକ ଲିଟନ ଦାସ ଏବଂ ଅନାମୁଲ ହକ୍‌ ବ୍ୟାଟିଂ ଆରମ୍ଭ କରିଥିଲେ। ହେଲେ ଦ୍ୱିତୀୟ ଓଭରରେ ସିରାଜଙ୍କ ବଲର ଶିକାର ହୋଇଥଇଲେ ଅନାମୁଲ ହକ୍‌। ମାତ୍ର ୧୧ ରନ୍‌ କରି ଆଉଟ୍‌ ହୋଇଥିଲେ । ତା’ ପରେ ଟିମର ସ୍କୋର ୩୯ ଥିବା ବେଳେ ଅଧିନାୟକ ଲିଟନ ମଧ୍ୟ ୭ ରନ୍‌ କରି ସିରାଜଙ୍କ ବୋଲିଂର ଶିକାର ହୋଇଥିଲେ।ଏନ୍.ଏଚ୍ ସାଣ୍ଟୋ ୨୧ ରନ୍‌, ଶକିବ ଅଲ ହସନ ୮ ରନ, ମୁସଫିକର ରହିମ ୧୨ ରନ, ଆଫିଫ ହୋସେନ ୦ ରନ୍‌ କରି ଆଉଟ୍‌ ହୋଇଥିଲେ । ହେଲେ ହସନ ମିରାଜ ଏବଂ ମହମୁଦୁଲ୍ଲାଙ୍କ ଯୋଡି ବାଂଲାଦେଶ ପାଇଁ ବିଶାଳ ସ୍କୋର କରିଥିଲେ। ତେବେ ମହମୁଦୁଲ୍‌ଲା ୭୭ ରନ୍‌ କରି ଉମ୍ରାନଙ୍କ ଶିକାର ହୋଇଥିଲେ । ପ୍ରଥମ ଦିନିକିଆ ଭଳି ଦ୍ୱିତୀୟ ଦିନିକିଆରେ କମାଲ୍‌ କରିଥିଲେ । ହସନ ମିରାଜ ୧୦୦ ରନ କରି ଅପରାଜିତ ରହିଥିଲେ ।

ଭାରତ ପକ୍ଷରୁ ଓ୍ଵାଂଶଟନ ସୁନ୍ଦର ୩ଟି, ମହମ୍ମଦ ସିରାଜ ୨ଟି ଏବଂ ଉମ୍ରାନ ମଲ୍ଲିକ ୨ଟି ଓ୍ଵିକେଟ ନେଇଥିଲେ ।

Leave A Reply

Your email address will not be published.