ଭାରତ-ବାଂଲାଦେଶ ମଧ୍ୟରେ କାନପୁରରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି । ୩ ଦିନରେ ମାତ୍ର ୩୫ ଓଭର ଖେଳ ହୋଇଛି । ପ୍ରଥମ ଦିନରେ ବର୍ଷା ଏବଂ ଖରାପ ଆଲୋକ ଯୋଗୁଁ ଖେଳା ରୋକାଯାଇଥିଲା । ଏହାପରେ ଦ୍ୱିତୀୟ ଓ ତୃତୀୟ ଦିନରେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା । ଆଜି ଚତୁର୍ଥ ଦିନରେ ଖେଳା ଆରମ୍ଭ ହୋଇଛି । ତେଣୁ ବର୍ଷା ଯୋଗୁଁ ବରବାଦ ହୋଇଥିବା ଓଭରକୁ କିଭଳି ପକାଯିବ ସେଥିପାଇଁ ନିଷ୍ପତ୍ତି ନିଆଯାଇଛି ।
କାନପୁର ଟେଷ୍ଟରେ ଦୁଇଦିନ ଖେଳ ବେକାର ହେବା ଯୋଗୁଁ ଫ୍ୟାନ୍ସ ବହୁତ ନିରାଶ ହୋଇଛନ୍ତି । ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଦିନରେ ବାଂଲାଦେଶ ୩ ଓ୍ୱିକେଟ ହରାଇ ୧୦୭ ରନ୍ କରିଥିଲା । ପୁରା ଦିନରେ ମାତ୍ର ୩୫ ଓଭର ଖେଳ ହୋଇଥିଲା ।
ବର୍ଷା ଯୋଗୁଁ ଦୁଇଦିନ ବରବାଦ ହୋଇଥିବା ଯୋଗୁଁ ଚତୁର୍ଥ ଦିନରେ ଅଧିକ ଓଭର ପକାଯିବାକୁ କୁହାଯାଇଛି । ଆଜି ୯୦ ଓଭର ପରିବର୍ତ୍ତେ ୯୮ ଓଭର ଖେଳାଯିବ । ପ୍ରଥମ ସେସନ ୯.୩୦ରୁ ୧୧.୪୫ ପର୍ଯ୍ୟନ୍ତ ହେବ । ଦ୍ୱିତୀୟ ସେସନ ୧୨.୨୫ରୁ ୨.୪୦ ପର୍ଯ୍ୟନ୍ତ ଚାଲିବ । ସେହିପରି ତୃତୀୟ ସେସନ ୩ ଟା ୫ଟା ପର୍ଯ୍ୟନ୍ତ ହେବ ।
ତେବେ ବର୍ତ୍ତମାନ ସୁଦ୍ଧା ବାଂଲାଦେଶ ୬ ଓ୍ୱିକେଟ ହରାଇ ୧୭୬ ରନ୍ କରିସାରିଛି । ଆଜି ଖେଳ ଆରମ୍ଭରୁ ବୁମରା ବାଂଲାଦେଶ ଟିମକୁ ଧକ୍କା ଦେଇଥିଲେ । ବୁମରା ଏବଂ ସିରାଜ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇସାରିଛନ୍ତି । ସେହିପରି ଅଶ୍ୱିନ ଏବଂ ଆକାଶଦୀପ ୨ଟି ଲେଖାଏଁ ଓ୍ୱିକେଟ ନେଇଛନ୍ତି ।