ଭାରତ ଏବଂ ଇଂଲଣ୍ଡ ଦ୍ବିତୀୟ ଟି୨୦ : ଅଭିଷେକ ଶର୍ମା ଆହତ, ପ୍ରଥମ ମ୍ୟାଚ୍ ହାରିବା ପରେ ଟିମରେ ପରିବର୍ତ୍ତନ କଲା ଇଂଲଣ୍ଡ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟି୨୦ ସିରିଜର ଦ୍ବିତୀୟ ମ୍ୟାଚ୍ ଚେନ୍ନାଇର ଚେପାକରେ ଖେଳାଯିବ । ପ୍ରଥମ ଟି୨୦ ମ୍ୟାଚକୁ ୭ ୱିକେଟରେ ସୂର୍ଯ୍ୟ ବାହିନୀ ଜିତିଥିବା ବେଳେ ଦ୍ବିତୀୟ ଜିତିବାକୁ ଲକ୍ଷ୍ୟ ରଖିଛି । ପ୍ରଥମ ମ୍ୟାଚରେ ଭାରତୀୟ ବ୍ୟାଟର ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଇଂନିସ ଦେଖିବାକୁ ମିଳିଥିଲା । ହେଲେ ଦ୍ବିତୀୟ ଟି୨୦ ପୂର୍ବରୁ ଭାରତକୁ ଝଟକା ଲାଗିଛି । ଅଭିଷେକ ଶର୍ମା ଆହତ ହୋଇଛନ୍ତି । ଯଦି ଅଭିଷେକ ଫିଟ୍ ନ ହୁଅନ୍ତି, ତେବେ ତାଙ୍କ ସ୍ଥାନରେ କିଏ ତାଙ୍କ ସ୍ଥାନ ନେବେ ତାହାକୁ ନେଇ ଚର୍ଚ୍ଚା ଚାଲିଛି ।
ଟି୨୦ ମ୍ୟାଚ ପାଇଁ ୧୬ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି । ଓପନିଂ ପାଇଁ କେବଳ ସଞ୍ଜୁ ସାମସନ ଏବଂ ଅଭିଷେକଙ୍କୁ ଚୟନ କରାଯାଇଥିଲା । ଏମିତିରେ ପ୍ରଶ୍ନ ଉଠୁଛି କି, ଅଭିଷେକ ଯଦି ଦ୍ବିତୀୟ ଟି୨୦ ମ୍ୟାଚ ଖେଳନ୍ତି ନାହିଁ, ତେବେ ତାଙ୍କ ସ୍ଥାନରେ ପ୍ଲେଇଂ ଏକାଦଶରେ କିଏ ଓପନିଂ କରିବ । ଅଭିଷେକ ଯଦି ନ ଖେଳନ୍ତି, ତେବେ ସଞ୍ଜୁ ସହିତ ତିଳକ ବର୍ମା ଓପନିଂ କରିପାରନ୍ତି । ତିଳକ ୩ ନଂରେ ବ୍ୟାଟିଂ କରୁଛନ୍ତି, ଏପରି ସ୍ଥିତିରେ ଓପନିଂ କରିପାରନ୍ତି ।
ଏହାଛଡା ଭାରତ ପାଖରେ ୱାଂଶିଟନ ସୁନ୍ଦର କିମ୍ବା ଧ୍ରୁବ ଜୁରେଲ ମଧ୍ୟ ଟିମରେ ସାମିଲ ହୋଇପାରନ୍ତି ।
ପ୍ରଥମ ଟି୨୦ ମ୍ୟାଚରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ କୌଣସି ରନ ନକରି ଆଉଟ ହୋଇଥିଲେ । ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଦଳ ଭରସା କରିଥିବା ବେଳେ ବୋଲିଂରେ ସେମିତି କିଛି ଖାସ କରିନଥିଲେ। ଦ୍ରୁତ ବୋଲର ଭାବେ ଅର୍ଶଦୀପ ସିଂ ୧୧ ବଲ୍ ଭିତରେ ୨ ୱିକେଟ ଦାଖଲ କରିଥିଲେ । ମହମ୍ମଦ ସାମି ଦଳକୁ ଫେରିଥିବା ବେଳେ ପ୍ରଥମ ଟି୨୦ରେ ତାଙ୍କୁ ସ୍ଥାନ ମିଳିନଥିଲା ।
ଅନ୍ୟପଟେ ପ୍ରଥମ ମ୍ୟାଚ ହାରିବା ପରେ ଇଂଲିଶ ଟିମ ଦଳରେ ପରିବର୍ତ୍ତନ କରିଛି । ଦ୍ୱିତୀୟ ଟି-୨୦ ପାଇଁ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି ଦ୍ରୁତ ବୋଲର ୟଡନ କାର୍ସ । ଦ୍ୱାଦଶ ଖେଳାଳି ଭାବେ ଟିମରେ ଅଛନ୍ତି ଜେମି ସ୍ମିଥ । ସିରିଜର ପ୍ରଥମ ଟି-୨୦ରେ ଇଂଲଣ୍ଡ ଟିମ୍ କେବଳ ୧୩୨ ରନ୍ କରିବାରେ ସକ୍ଷମ ହୋଇଥିଲା ।
ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି ଯେ, ପ୍ରଥମ ମ୍ୟାଚ ପରେ ଦ୍ୱିତୀୟ ମ୍ୟାଚ ପାଇଁ ଏକ ପରିବର୍ତ୍ତନ କରାଯାଇଛି।
ଦ୍ୱିତୀୟ ଟି-୨୦ ମ୍ୟାଚ ପାଇଁ ଇଂଲଣ୍ଡର Playing XI: ବେନ ଡକେଟ, ଫିଲ ସାଲ୍ଟ, ଜସ ବଟଲର, ହୈରୀ ବ୍ରୁକ, ଲିୟାମ ଲିବିଂଗଷ୍ଟନ, ଜୈକବ ବେଥେଲ, ଜେମି ଓଭରଟନ, ବ୍ରାୟଡେନ କାର୍ସ, କୋଫ୍ରା ଆର୍ଚର, ଆଦିଲ ରାଶିଦ, ମାର୍କ ବୁଡ।
Also Read : ପ୍ରଥମ ଟି୨୦ ହାରିବା ପରେ ଟିମ ଇଣ୍ଡିଆର ପ୍ରଶଂସା କଲେ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର, ଟିମର ଆକ୍ରାତ୍ମକ ଖେଳ ଦେଖି ହେଲେ…