ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ, ଶୁବମନ ଗିଲଙ୍କ ଶତକ, ଶ୍ରେୟସଙ୍କ ଅର୍ଦ୍ଧଶତକ

ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ ଅହମଦାବାଦରେ ଖେଳାଯାଉଛି । ଏହି ସିରିଜର ଦୁଇଟି ମ୍ୟାଚ ଟିମ୍ ଇଣ୍ଡିଆ ଜିତିବା ପରେ ତୃତୀୟ ଦିନିକିଆ ଜିତି କ୍ଲିନ ସୁଇପ କରିବାକୁ ଚାହୁଁଛି ଭାରତ । ଆଜିର ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଟିମ୍ ଇଣ୍ଡିଆ ବ୍ୟାଟିଂ କରିଥିଲା । ରୋହିତ ଶର୍ମା ଏବଂ ଶୁବମନ ଗିଲ୍ ଓପନିଂ କରିଥିଲେ । ଆଉ ଆଜିର ମ୍ୟାଚରେ ଶୁବମନ ଗିଲ୍ ଶତକ ମାରିଛନ୍ତି ।

ରୋହିତ ଶର୍ମା ଏବଂ ଶୁବମନ ଗିଲ୍ ଓପନିଂ କରିଥିଲେ । ରୋହିତ ଶର୍ମା ଆଉଟ୍‌ ହେଲା ପରେ ବିରାଟ କୋହଲିଙ୍କ ସହିତ ଖେଳିଥିଲେ ଗିଲ । ସେ ଗିଲ୍‌ ୯୫ଟି ବଲ୍‌ ଖେଳି ୧୪ଟି ଚୌକା ଓ ୨ ଛକା ବଳରେ ଶତକ ହାସଲ କରିଛନ୍ତି । ଏଠାରେ ୭ମ ଶତକ ହାସଲ କରିବା ପରେ ବ୍ୟାଟିଂ ଜାରି ରଖିଥିଲେ । ମୋଟ୍‌ ୧୦୨ଟି ବଲ୍‌ ଖେଳି ୧୪ଟି ଚୌକା ଓ ୩ଟି ଛକା ବଳରେ ୧୧୨ ରନ୍‌ ସଂଗ୍ରହ କରିଆଦିଲ ରଶିଦଙ୍କ ଶିକାର ହୋଇଛନ୍ତି ।

ଏହା ପୂର୍ବରୁ ବିରାଟ କୋହଲି ଅର୍ଦ୍ଧଶତକ କରି ଆଉଟ୍‌ ହୋଇଥିଲେ । ବିରାଟ କୋହଲି ୫୫ଟି ବଲ୍‌ ଖେଳି ୭ଟି ଚୌକା ଓ ଗୋଟିଏ ଛକା ବଳରେ ୫୨ ରନ୍‌ କରିଥିଲେ ।

ଶୁବମନ ଗିଲଙ୍କ ସହିତ ଶ୍ରେୟସ ଆୟର ମଧ୍ୟ ଅର୍ଦ୍ଧଶତକ ମାରିଛନ୍ତି । ଶୁବମନ ଗିଲ ୧୧୨ ରନ କରି ଆଉଟ ହେବା ପରେ କେଏଲ ରାହୁଲ ବ୍ୟାଟିଂ କରୁଛନ୍ତି । ଶ୍ରେୟସ ୫୩ ବଲରେ ୫୯ ରନ କରି ବ୍ୟାଟିଂ କରୁଛନ୍ତି । ରିପୋର୍ଟ ଲେଖାହେବା ବେଳକୁ ଭାରତ ୩୬ ଓଭରରେ ୩ ୱିକେଟ ହରାଇ ୨୩୫ ରନ୍ କରିଛି ।

Also Read : ଟିମ୍ ଇଣ୍ଡିଆ ପାଇଁ ଝଟକା, ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡିଲେ ଯଶପ୍ରୀତ ବୁମରା