ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ, ୪୩୬ରେ ଅଲଆଉଟ ଭାରତ, ଦ୍ୱିତୀୟ ଇନିଂସରେ ପ୍ରଥମ ସଫଳତା ଦେଲେ ଅଶ୍ୱିନୀ
ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତ ୪୩୬ ରନ୍ କରି ଅଲଆଉଟ ହୋଇଛି । ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୪୬ ରନ୍ କରିଥିଲା । ଭାରତ ପ୍ରଥମ ଇନିଂସରେ ୧୯୦ ରନରେ ଆଗୁଆ ରହିଛି ।
ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତ ୪୩୬ ରନ୍ କରି ଅଲଆଉଟ ହୋଇଛି । ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୪୬ ରନ୍ କରିଥିଲା । ଭାରତ ପ୍ରଥମ ଇନିଂସରେ ୧୯୦ ରନରେ ଆଗୁଆ ରହିଛି । ଭାରତ ପକ୍ଷରୁ କେଏଲ୍ ରାହୁଲ ୮୬, ଯଶସ୍ୱୀ ଜୟସ୍ୱାଲ ୮୦, ରୋହିତ ଶର୍ମା ୨୪, ଶୁଭମନ ଗିଲ୍ ୨୩, ଶ୍ରେୟସ ଆୟର ୩୫ ରନ୍ କରିଥିଲେ। କେଏସ୍ ଭରତ ୪୧ ରନ୍ କରିଥିଲେ। ଜାଡେଜା ୮୭ ଓ ଅକ୍ଷର ପଟେଲ ୪୪ ରନ୍ କରି ବ୍ୟାଟିଂ ଆଉଟ ହୋଇଛନ୍ତି ।
ଭାରତ ୧୯୦ ରନରେ ଆଗୁଆ ଥିବା ବେଳେ ଇଂଲଣ୍ଡ ଦ୍ୱିତୀୟ ଇନିଂସ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ୬୪ ରନ କରି ୧ ଓ୍ଵିକେଟ ହରାଇଛି । ଅଶ୍ୱିନୀ ଭାରତକୁ ସଫଳତା ଦେଇଛନ୍ତି ।