କ୍ରୀଡା

ବିଶ୍ୱକପରେ ୨୦ ବର୍ଷ ହେଲାଣି ଇଂଲଣ୍ଡକୁ ହରାଇନାହିଁ ଭାରତୀୟ ଟିମ୍‌, ସେପଟେ ଅପରାଜେୟ ଆଶାରେ ଭାରତ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲକ୍ଷ୍ନୌରେ ଆଜି ମ୍ୟାଚ୍‌ ଖେଳାଯିବ । ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଏଥର ବିଶ୍ବକପରେ ସଂଘର୍ଷ କରୁଛି । ଇଂଲଣ୍ଡ ଟିମ୍‌ କେବଳ ଗୋଟିଏ ମ୍ୟାଚ୍‌ ଜିତିଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଭାରତୀୟ ଟିମ୍‌ ଇଂଲଣ୍ଡକୁ ବିଶ୍ୱକପରେ ଗତ ୨୦ ବର୍ଷ ହେଲାଣି କୌଣସି ଗୋଟିଏ ମ୍ୟାଚ ହରାଇନାହିଁ । ଭାରତ ଇଂଲଣ୍ଡକୁ ବିଶ୍ୱକପରେ ଶେଷଥର ପାଇଁ ୨୦୦୩ରେ ହରାଇଥିଲା । ଏପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆ କୌଣସି ଜିତ ହାସଲ କରିନାହିଁ । ଅନ୍ୟପକ୍ଷରେ ଲଗାତାର ପାଞ୍ଚଟି ମ୍ୟାଚ୍‌ ଜିତିବାର ଆତ୍ମବିଶ୍ବାସ ଏବଂ ଘରୋଇ ପରିବେଶରେ ଖେଳିବାର ଅତିରିକ୍ତ ଉତ୍ସାହ ନେଇ ଲଗାତାର ଷଷ୍ଠ ବିଜୟ ହାସଲ କରିବା ଆଶାରେ ରହିବ ରୋହିତ ବାହିନୀ।

ଦିନିକିଆ ବିଶ୍ବକପ୍ ଇତିହାସରେ ଭାରତ ବିପକ୍ଷରେ ଏହି ଦଳ ସାମାନ୍ୟ ଆଗୁଆ ରହିଛି । ମୋଟ ୮ ମୁକାବିଲାରୁ ଇଂଲଣ୍ଡ ୪-୩ରେ ଅଗ୍ରଣୀ ଥିବାବେଳେ ଗୋଟିଏ ମୁକାବିଲା ୨୦୧୧ରେ ଟାଇ ରହିଥିଲା । ଦିନିକିଆ ଇତିହାସରେ ଉଭୟ ଦେଶ ୧୦୬ ଥର ମୁକାବିଲା କରିଥିବା ବେଳେ ଭାରତ ୫୭ଟିରେ ଜିତିଛି । ୪୪ଟି ଜିତିଛି ଇଂଲଣ୍ଡ । ୨ଟି ମ୍ୟାଚ୍ ଟାଇ ଏବଂ ୩ଟିରୁ ଫଳାଫଳ ବାହାରି ନଥିଲା । ଭାରତ ଘରୋଇ ପରିବେଶରେ ୩୩-୨୩ ଏବଂ ବାହାରେ ୧୮-୧୭ରେ ମଧ୍ୟ ଆଗୁଆ ରହି ପ୍ରଧାନ୍ୟ ବିସ୍ତାର କରିଛି ।

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଯୋଗୁ ଆଜିର ମ୍ୟାଚରେ ଖେଳିବେ ନାହିଁ  । ତାଙ୍କ ସ୍ଥାନରେ ଖେଳିବେ ସୂର୍ଯ୍ୟକୁମାର ଯାଦବ । ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବି ସୂର୍ଯ୍ୟକୁମାର ଖେଳିଥିଲେ । ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବଙ୍କୁ ଆଉ ଏକ ସୁଯୋଗ ମିଳିବ । ସେ ଷଷ୍ଠ ସ୍ଥାନରେ ବ୍ୟାଟିଂ କରି‌ବେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁର୍ଭାଗ୍ୟଜନକ ଭାବେ ରନ୍‌ଆ‌ଉଟ୍ ହୋଇଥିଲେ । ସୁଯୋଗ ମିଳିଲେ ଏହି ଭୁଲ୍‌କୁ ଇଂଲଣ୍ଡ ବିପକ୍ଷରେ ସୁଧାରିବାକୁ ନିଶ୍ଚିତ ଭାବେ ଚେଷ୍ଟା କରିବେ।

ଯଦି ଆମେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ୍ ମ୍ୟାଚ୍ କୁ ଦେଖିବା, ତେବେ ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଦଳ ଜିତିଥିଲା । ସେ ୧୯୭୫ ରେ ଜିତିଥିଲେ । ଏହା ପରେ ଭାରତ ବିଶ୍ୱକପ ୧୯୮୩ ରେ ଇଂଲଣ୍ଡକୁ ପରାସ୍ତ କରିଥିଲା । ୧୯୮୭ ଏବଂ ୧୯୯୨ ରେ ଇଂଲଣ୍ଡ ଜିତିଲା । ୧୯୯୯ ଏବଂ ୨୦୦୩ ରେ ଟିମ୍ ଇଣ୍ଡିଆ ଜିତିଲା ।

ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

Swagatika

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

53 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

4 hours ago