ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଚତୁର୍ଥ ଦିନର ଖେଳ ସରିଲା, ଶେଷ ଦିନରେ ଜିତିବା ପାଇଁ ନ୍ୟୁଜିଲାଣ୍ଡକୁ ଦରକାର ୨୮୦ ରନ୍‌

କାନପୁର ଗ୍ରୀନ୍‌ ପାର୍କ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ଚତୁର୍ଥ ଦିନ ଖେଳ ସମାପ୍ତ ହୋଇଛି। ୨୮୪ ରନ୍‌ର ଭାରତର ଟାର୍ଗେଟକୁ ପଛରେ ପକାଇ ନ୍ୟୁଜିଲାଣ୍ଡ ୪/୧ ରନ୍‌ କରିଛି। ଭାରତ ବର୍ତ୍ତମାନ ମଜଭୁତ ସ୍ଥିତିରେ ଅଛି ଏବଂ ଶେଷ ଦିନ ତାକୁ ମ୍ୟାଚ ଜିତିବା ପାଇଁ ୯ ଓ୍ଵିକେଟ ଦରକାର, ଯେତେବେଳେ କି, ନ୍ୟୁଜିଲାଣ୍ଡକୁ ୨୮୦ ରନ୍‌ ବନାଇବାକୁ ହେବ। ଏହି ମୁକାବିଲାରେ ଭାରତ ଜୋର୍‌ଦାର ପ୍ରତ୍ୟାବର୍ତ୍ତନ କରିଛି। ଆରମ୍ଭରୁ ଫଟାଫଟ୍‌ ୫ଟି ଓ୍ଵିକେଟ୍‌ ହରାଇବା ପରେ ଶ୍ରେୟସ୍‌ ଅୟର, ଅଶ୍ୱିନ ଓ ପରେ ଋଦ୍ଧିମାନ ସାହାଙ୍କ ସହ ମିଶି ଲଗାତାର ଦୁଇଟି ଅର୍ଦ୍ଧଶତକୀୟ ଭାଗିଦାରୀ ନିଭାଇ ଥିଲେ। ଶ୍ରେୟସ ନିଜ ଅର୍ଦ୍ଧଶତକ ମଧ୍ୟ ପୂରା କରିଥିଲେ, ଯେତେ ବେଳେ ଭାରତ ୨୨୦ ରନ୍‌ ଅତିକ୍ରମ କରିଥିଲା।

ଭାରତୀୟ ଟିମ୍‌ ଚତୁର୍ଥ ଦିନ ଜୋର୍‌ଦାର ପ୍ରତ୍ୟାବର୍ତ୍ତନ କରି ଲଗାତାର ୩ ଅର୍ଦ୍ଧଶତକୀୟ ଭାଗିଦାରୀ ଦମ୍‌ରେ ୨୩୪/୭ ସ୍କୋରରେ ଇନିଂସ୍‌ ଘୋଷଣା କରି ଦେଇଛି। ଏଥି ସହିତ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ସାମ୍ନାରେ ବିଜୟ ପାଇଁ ୨୮୪ ରନ୍‌ର ଲକ୍ଷ୍ୟ ରଖିଛି। ଶ୍ରେୟସ୍‌ ଅୟର ସବୁଠାରୁ ଅଧିକ ୬୫ ରନ କରିଥିବା ବେଳେ ଋଦ୍ଧିମାନ ସାହା ୬୧ ରନ କରି ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ତରଫରୁ ଟିମ୍‌ ସାଉଥୀ ଓ କାଇଲ ଜେମିସନ ତିନି ତିନୋଟି ଓ୍ଵିକେଟ ହାତେଇ ଥିଲେ।

ଏଥି ପୂର୍ବରୁ ଖେଳ ଆରମ୍ଭରେ ଭାରତର ପ୍ରଦର୍ଶନ ଭଲ ନ ଥିଲା। ଟିମ୍‌ ମାତ୍ର ୫୧ ରନ୍‌ କରି ନିଜର ୫ ଓ୍ଵିକେଟ ହରାଇ ଦେଇଥିଲା। ଯଦିଓ ଏହାପରେ ଭାରତ ପାଇଁ ୬, ୭ ଏବଂ ୮ ଓ୍ଵିକେଟ ପାଇଁ ଅର୍ଦ୍ଧଶତକୀୟ ଭାଗିଦାରୀ ରହିଥିଲା ଏବଂ ଭାରତ ୨୩୪/୭ ସ୍କୋରରେ ନିଜର ଦ୍ୱିତୀୟ ଇନିଂସ୍‌ ଘୋଷଣା କରି ଦେଇଥିଲା। ଭାରତ ତରଫରୁ ଶ୍ରେୟସ ଅୟର (୬୫), ଋଦ୍ଧିମାନ ସାହା (୬୧ ଅପରାଜିତ), ରବିଚନ୍ଦ୍ରନ ଅଶ୍ୱିନ (୩୨) ଓ ଅକ୍ଷର ପଟେଲ (୨୮ ଅପରାଜିତ) ରନର ଯୋଗଦାନ ଦେଇଥିଲେ।

ନ୍ୟୁଜିଲାଣ୍ଡକୁ ପ୍ରଥମ ଝଟକା

ଭାରତ ଉଭୟ ପଟୁ ନିଜର ସ୍ପିନ୍‌ ବୋଲରମାନଙ୍କୁ ପ୍ରୟୋଗ କରିଥିଲା ଏବଂ ଏହାର ଫାଇଦା ବି ଟିମ୍‌କୁ ମିଳିଥିଲା। ଅଶ୍ୱିନ ନିଜର ଦ୍ୱିତୀୟ ଓଭରରେ ହିଁ ଓ୍ଵିଲ ୟଙ୍ଗଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ କରିଥିଲେ। ୟଙ୍ଗ୍‌ ଦୁଇ ରନ୍‌ କରି ଆଉଟ୍‌ ହୋଇଥିଲେ। ୩ ଓଭର ପରେ ନ୍ୟୁଜିଲାଣ୍ଡର ସ୍କୋର ରହିଛି ୩/୧।

ଭାରତ (ପ୍ଲେଇଙ୍ଗ୍‌ ଇଲେଭେନ୍‌): ଶୁଭମନ ଗିଲ, ମୟଙ୍କ ଅଗ୍ରଓ୍ଵାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରହାଣେ (ସି), ଶ୍ରେୟସ୍‌ ଅୟର, ଋଦ୍ଧିମାନ ସାହା (ଡବ୍ଲ୍ୟୁ),ରବୀନ୍ଦ୍ର ଜଡେଜା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଇଶାନ୍ତ ଶର୍ମା, ଉମେଶ ଯାଦବ

ନ୍ୟୁଜିଲାଣ୍ଡ (ପ୍ଲେଇଙ୍ଗ୍‌ ଇଲେଭେନ୍‌): ଟମ୍‌ ଲାଥମ୍‌, ଓ୍ଵିଲ ୟଙ୍ଗ୍‌, କେନ ଓ୍ଵିଲିୟମସନ (ସି), ରସ୍‌ ଟେଲର, ହେନରୀ ନିକୋଲ୍ସ, ଟମ୍‌ ବ୍ଲଣ୍ଡେଲ (ଡବ୍ଲ୍ୟୁ), ରଚିନ ରବୀନ୍ଦ୍ର, ଟିମ୍‌ ସାଉଥୀ, ଏଜାଜ ପଟେଲ, କାଇଲ ଜ୍ୟାମିସନ, ଓ୍ଵିଲିୟମ ସୋମରଓ୍ଵିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.