ଭାରତୀୟ ବୋଲରଙ୍କ କମାଲ, ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ କବଜା କଲା ଭାରତ

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ଆଗୁଆ କବଜା କଲା ଭାରତ । ରାୟପୁରରେ ଦ୍ୱିତୀୟ ଓ୍ଵାନ୍ ଡେକୁ ୮ ଓ୍ଵିକେଟର ଜିତି ୨-୦ରେ ସିରିଜ ହାତେଇଛି । ୧୦୯ ରନ୍ ସହଜ ବିଜୟକୁ ମାତ୍ର ୨ ଓ୍ଵିକେଟ ରେ ହାସଲ କରିଥିଲା ଭାରତ । ରୋହିତ ଶର୍ମା ସର୍ବାଧିକ ୫୧ ରନ୍ କରିଥିବା ବେଳେ ଶୁଭମନ୍ ଗିଲ୍ ଅପରାଜିତ ୪୦ ରନ୍ କରିଥିଲେ । ବିରାଟ କୋହଲି ୧୧ ରନ୍ ଓ ଇଶାନ୍ କିଷାନ କରିଛନ୍ତି ଅପରାଜିତ ୮ ରନ୍ ।

ରାୟପୁରରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର ଓ ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜିଲ୍ୟାଣ୍ଡର ଟପ୍ ଅର୍ଡରକୁ ଛିନଛତ୍ର କରି ଦେଇଥିଲେ। ୧୫ ରନ ସୁଦ୍ଧା ଦଳ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ମିଡିଲ୍ ଅର୍ଡରରେ ପାଳି ସମ୍ଭାଳିଥିଲେ ଗ୍ଲେନ୍ ଫିଲିପ୍ସ ଓ ମିଚେଲ ସାଣ୍ଟନର୍ । ହେଲେ ଭାରତୀୟ ବୋଲରଙ୍କ ଆଗରେ ବେଶୀ ସମୟ ତିଷ୍ଠି ପାରି ନଥିଲେ । ମହମ୍ମଦ ସାମି ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ପାଣ୍ଡ୍ୟା ଓ ୱାସିଂଟନ୍ ସୁନ୍ଦରଙ୍କୁ ମିଳିଥିଲା ୨ଟି ଲେଖାଏ ଓ୍ଵିକେଟ୍ । ମହମ୍ମଦ ସିରାଜ, ଶାର୍ଦୁଲ ଠାକୁର ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ ।

୧୦୯ ରନର ଟାର୍ଗେଟକୁ ପିଛା କରୁଥିବା ଟିମ ଇଣ୍ଡିଆ ଦମଦାର ଆରମ୍ଭ କରିଥିଲା। ରୋହିତ ଶର୍ମା ଓ ଶୁଭମନ ଗିଲ ଦମଦାର ବ୍ୟାଟିଂ କରିଥିଲେ । ଉଭୟ ପ୍ରଥମ ୱିକେଟ ପାଇଁ ୭୨ ରନ ଯୋଡ଼ିଥିଲେ। ଏହା ମଧ୍ୟରୁ ରୋହିତ ଏକାକୀ ୫୧ ରନର ଇନିଂସ ଖେଳିଥିଲେ। ସେ ୫୧ ରନ କରିଥିବା ବେଳେ ଶିପଲେଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.