ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ: ଦୁଇ ଓପନର ମାରିଲେ ଶତକ, ନ୍ୟୁଜିଲାଣ୍ଡକୁ ଦେଲେ ୩୮୬ ରନର ଟାର୍ଗେଟ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ତେଣୁ ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ୩୮୬ ରନର ଟାର୍ଗେଟ ଦେଇଛି ଭାରତ । ୫୦ ଓଭର ସୁଦ୍ଧା ୯ ଓ୍ଵିକେଟ ହରାଇ ୩୮୫ ରନ କରିଛି ଭାରତ । ଆଉ ଆଜିର ମ୍ୟାଚରେ କମାଲ କରିଛନ୍ତି ଟିମ ଇଣ୍ଡିଆର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍। ରୋହିତ ଶର୍ମା ଏବଂ ଶୁଭମନ ଗିଲ୍‌ ଉଭୟ ଶତକ ମାରିଛନ୍ତି। ରୋହିତ ଶର୍ମା ୧୦୧ ରନ୍‌ ଏବଂ ଶୁଭମନ ଗିଲ୍‌ ୧୧୨ ରନ୍‌ କରିଥିଲେ । ଉଭୟ ଶତକ ହାସଲ କରିବା ସହ କ୍ରମାଗତ ୪ର୍ଥ ଥର ପାଇଁ ଦିନିକିଆ କ୍ରିକେଟରେ ୫୦ରୁ ଅଧିକ ରନ କରିଛନ୍ତି। ଆଜି ଉଭୟ ପ୍ରଥମ ୱିକେଟ ପାଇଁ ୨୧୨ ରନର ଭାଗିଦାରୀ କରି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଛନ୍ତି।

ରୋହିତ ଶର୍ମା ୮୫ ବଲରେ ୧୦୧ ରନ ଓ ଗିଲ୍ ୭୮ ବଲରେ ୧୧୨ ରନର ଇନିଂସ ଖେଳି ପ୍ୟାଭିଲିୟନ ଫେରିଛନ୍ତି। ରୋହିତ ତାଙ୍କ ଇନିଂସରେ ୬ଟି ଛକା ଓ ୯ଟି ଚୌକା ମାରିଛନ୍ତି। ସେହିପରି ଗିଲ୍ଙ୍କ ବ୍ୟାଟରୁ ୧୩ଟି ଚୌକା ଓ ୫ଟି ଛକା ମାରିଛନ୍ତି । ବିରାଟ କୋହଲି ୩୬ ରନ୍‌ କରି ଆଉଟ୍‌ ହୋଇଥିଲେ । ସେହିପରି ଈଶାନ କିଶନ ୧୭ ରନ କରି ରନ୍‌ ଆଉଟ୍‌ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ୧୪ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ । ଓ୍ଵାଶିଂଟନ ସୁନ୍ଦର ୯ ରନ କରି ଆଉଟ୍‌ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୫୪ ରନ କରି ଆଉଟ୍‌ ହୋଇଥିଲେ ।

ତେବେ ନ୍ୟୁଜିଲାଣ୍ଡ ତରଫରୁ ଜ୍ୟାକବ ଡଫି ୩ ଓ୍ଵିକେଟ, ବ୍ଲେୟାର ଟିକନର ୩ ଟି, ମାଇକେଲ ବ୍ରେସେଓ୍ଵଲ ୧ଟି ଓ୍ଵିକେଟ ନେଇଥିଲେ ।

Leave A Reply

Your email address will not be published.