ଭାରତ- ନ୍ୟୁଜିଲାଣ୍ଡ କାନପୁର ଟେଷ୍ଟ ଦ୍ୱିତୀୟ ଦିନ, ଡେବ୍ୟୁ ମ୍ୟାଚରେ ଶତକ ମାରି ରେକର୍ଡ କଲେ ଶ୍ରେୟସ ଆୟର

କାନପୁରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିବା ଶ୍ରେୟସ ଆୟର ରେକର୍ଡ କରିଛନ୍ତି। ପ୍ରଥମ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରି ଶତକ ହାସଲ କରିଛନ୍ତି ଶ୍ରେୟସ। । ନିଜ ପ୍ରଥମ ଇନିଂସରେ ସେ ସୁନିଲ ଗାଭାସ୍କରଙ୍କୁ ପଛରେ ପକାଇଦେଇଛନ୍ତି । ସୁନିଲ ଗାଭାସ୍କର ୧୯୭୧ରେ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିବା ନିଜର ପ୍ରଥମ ଟେଷ୍ଟରେ ୬୫ ରନ୍ କରିଥିଲେ । ତେବେ ଆୟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ୭୫ ରନ୍ କରି ଅପରାଜିତ ରହିଥିଲେ। ଦ୍ୱିତୀୟ ଦିନ ଖେଳ ଆରମ୍ଭ କରି ଶ୍ରେୟସ ଶତକ କରିଥିଲେ।

ଶ୍ରେୟସଙ୍କୁ ଟେଷ୍ଟ କ୍ୟାପ୍ ସୁନିଲ ଗାଭାସ୍କର ପ୍ରଦାନ କରିଥିଲେ । ସେ ବି ସଙ୍କଟମୋଚକ ସାଜି ଦଳକୁ ମଜବୁତ ସ୍ଥିତିକୁ ନେଇଥିଲେ । ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ ଆଉଟ୍ ହେଲା ପରେ ଜାଡେଜା ଓ ଶ୍ରେୟସ ସ୍ଥିତି ସମ୍ଭାଳିଥିଲେ । ଉଭୟ ଭଲ ପାର୍ଟନରସିପ୍ କରିଥିଲେ ।

ସୂଚନାଯୋଗ୍ୟ, ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୨୫୮ କରିଥିବା ବେଳେ ୪ ଓ୍ୱିକେଟ୍ ହରାଇଛି । କ୍ରିଜରେ ଜାଡେଜା ଓ ଶ୍ରେୟସ ଅପରାଜିତ ଅଛନ୍ତି । ଉଭୟ ଖେଳାଳିଙ୍କ ମଧ୍ୟରେ ୧୧୩ ରନର ପାର୍ଟନରସିପ୍ ହୋଇଛି । ଜାଡେଜା ୫୦ ରନ୍ କରି କ୍ରିଜରେ ଥିଲା ବେଳେ ଆୟର ୭୫ କରି ନଟ୍ ଆଉଟ୍ ରହିଥିଲେ। ଦ୍ୱିତୀୟଦିନର ଖେଳ ସୁଦ୍ଧା ଟିମ୍‌ ଇଣ୍ଡିଆ ବର୍ତ୍ତମାନ ପାଇଁ ୬ ଉଇକେଟ କରାଇ ୩୦୧ ରନ୍‌ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.