ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ : ଦକ୍ଷିଣ ଆଫ୍ରିକା ୧୧୬ରେ ଅଲଆଉଟ୍, ହିରୋ ସାଜିଲେ ଅର୍ଶଦୀପ ଏବଂ ଆବେଶ ଖାନ
ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ମ୍ୟାଚ୍ ଜୋହାନ୍ସବର୍ଗର ନ୍ୟୁ ୱଣ୍ଡର୍ସ ଷ୍ଟାଡିୟମରେ ଖେଳା ଯାଉଥିବାବେଳେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ଟିମ୍ ମାତ୍ର ୨୭.୩ଟି ବଲ ଖେଳି ୧୧୬ ରନ କରି ଅଲଆଉଟ ହୋଇଯାଇଛି ।
ଦିନିକିଆ ବିଶ୍ୱକପ ପରେ ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ଜୋହାନ୍ସବର୍ଗର ନ୍ୟୁ ୱଣ୍ଡର୍ସ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯାଉ ଥିବାବେଳେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ହେଲେ ଦକ୍ଷିଣ ଆଫ୍ରିକା ଟିମ୍ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟସ୍ତର ସାମ୍ନା କରିଛି । ଟିମ୍ ମାତ୍ର ୨୭.୩ଟି ବଲ ଖେଳି ୧୧୬ ରନ କରି ଅଲଆଉଟ ହୋଇଯାଇଛି ।
ପ୍ରଥମ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଟିମ୍ ଅର୍ଶଦୀପ ଏବଂ ଆବେଶ ଖାନଙ୍କ ବୋଲିଂରେ ଧରାଶାୟୀ ହୋଇଛି । ଅର୍ଶଦୀପ ୫ଟି ଓ୍ଵିକେଟ ନେଇଥିବା ବେଳେ ଆବେଶ ୪ଟି ଏବଂ କୁଲଦୀପ ୧ଟି ଓ୍ଵିକେଟ ନେଇଛନ୍ତି । ଦକ୍ଷିଣ ଆଫ୍ରିକା ଟିମ୍ ପକ୍ଷରୁ ଆଣ୍ଡଲେ ଫେଲୁକୟୋ ସର୍ବାଧିକ ୩୩ ରନ୍ କରିଛନ୍ତି ।
1ST ODI. WICKET! 27.3: Nandre Burger 7(32) b Kuldeep Yadav, South Africa 116 all out https://t.co/oamxXEwXYu #SAvIND
— BCCI (@BCCI) December 17, 2023
ଏହି ସିରିଜରେ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇ ଥିବାବେଳେ କେ.ଏଲ ରାହୁଲଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇଛନ୍ତି ଯୁବବାହିନୀ । ଏହା ପୂର୍ବରୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଖେଳି ସାରିଛି ଟିମ୍ । ଟି-୨୦ ଟିମର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ ସୂର୍ଯ୍ୟକୁମାର ଯାଦବ। ତେବେ ଆଜିର ମ୍ୟାଚରେ ବି ସାଇ ସୁଦର୍ଶନ ଡେବ୍ୟୁ କରୁଛନ୍ତି । ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।