ରୋମାଞ୍ଚକର ସ୍ଥିତିରେ ଦ୍ୱିତୀୟ ଟେଷ୍ଟ, ସାଉଥ ଆଫ୍ରିକାକୁ ୨୪୦ ରନର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଭାରତ ପ୍ରଥମ ଇନିଂସରେ ୨୦୨ ରନ୍‌ କରି ଅଲଆଉଟ୍‌ ହୋଇଥିଲା। କିନ୍ତୁ ଭାରତର ଘାତକ ବୋଲିଂକୁ ସାମ୍ନା କରିନପାରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୨୯ ରନ୍ କରି ଅଲଆଉଟ୍ ହୋଇଥିଲା। ପ୍ରଥମ ଇନିଂସରେ ୨୭ ରନରେ ପଛୁଆ ଥିବା ଭାରତ ଖେଳ ଆରମ୍ଭ କରି ତୃତୀୟ ଦିନରେ ୨୩୯ ରନ୍‌ କରି ଟାର୍ଗେଟ ଦେଇଛି।

ଭାରତ ପକ୍ଷରୁ ଅଜିଙ୍କ୍ୟ ରାହାଣେ ସର୍ବାଧିକ ୫୮ ରନ୍‌ କରିଥିଲେ। ପରେ ପୂଜାରା ମଧ୍ୟ ୫୩ ରନ୍‌ କରି ଆଉଟ୍‌ ହୋଇଥିଲେ। ମୟଙ୍କ ଅଗ୍ରଓ୍ଵାଲ ୨୩ ରନ୍‌ ଏବଂ କେଏଲ ରାହୁଲ ୮ ରନ୍‌ କରି ପ୍ୟାଭିଲିଅନ ଫେରିଥିଲେ। ଅଶ୍ୱିନ ୧୬ ରନ୍‌ ଏବଂ ଠାକୁର ୨୮ ରନ୍‌ ଆଉଟ୍‌ ହୋଇଥିଲେ। ସାଉଥ ଆଫ୍ରିକା ଟିମ୍‌ ପକ୍ଷରୁ କାଗିସୋ ରାବଡା,ଲୁଙ୍ଗି ନିଗଡି, ମାକ୍ରୋ ଜାନସେନ୍‌ ୩ଟି ଓ୍ଵିକେଟ ନେଇଥିଲେ।

ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ୨୦୨ ରନରେ ଅଲଆଉଟ ହୋଇଯିବା ପରେ ପ୍ରଥମ ଇନିଂସରେ ଦ.ଆଫ୍ରିକା ୨୨୯ରନ କରିବାକୁ ସକ୍ଷମ ହୋଇଥିଲା । ଶାର୍ଦ୍ଦୁଲ ଠାକୁରଙ୍କ ଘାତକ ବୋଲିଂର ସାମ୍ନା କରିନପାରି ଧରାଶୟୀ ହୋଇଥିଲା ଘରୋଇ ଟିମ୍ । ୧୭.୫ ଓଭରରେ ୬୧ରନ ଦେଇ ୭ ଓ୍ଵିକେଟ ନେଇଥିଲେ ଶାର୍ଦ୍ଦୁଲ । ଦକ୍ଷିଣ ଆଫ୍ରିକା ପକ୍ଷରୁ କେଗାନ୍‌ ପିଟରସେନ୍‌ ସର୍ବାଧିକ ୬୨ରନ କରିଥିବା ବେଳେ ଟେମ୍ବା ବାଭୁମା ୫୧ ରନ କରିଥିଲେ ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର ଡିନ୍‌ ଏଲଗାର ୨୮ ରନ କରି ଆଉଟ ହୋଇଥିବା ବେଳେ, ଆଇଡେନ୍‌ ମାର୍କରମ ୭ରନ, ରାସେ ଭାନ୍‌ ଡର୍‌ ଦୁସେନ୍‌ ୧ରନ, କାଇଲ ଭେରିନ୍ନେ ୨୧ରନ, ମାର୍କୋ ଜନ୍‌ସେନ୍‌ ୨୧ରନ, କାଗିସୋ ରାବାଡା ୦ ରନ, କେଶବ ମହାରାଜ ୨୧ରନ, ଲୁଙ୍ଗି ଏନ୍‌ଗିଡି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଡୁଆନେ ଓଲିଭର ୧ ରନ କରି ଅପରାଜିତ ଥିଲେ । ଶାର୍ଦ୍ଦୁଲ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି ୬୧ ରନ୍ ଦେଇ ୭ଟି ୱିକେଟ୍ ନେଇଥିଲେ। ସେହିପରି ମହମ୍ମଦ ଶାମି ୨ଟି ଓ ଯଶପ୍ରୀତ ବୁମ୍ରା ଗୋଟିଏ ୱିକେଟ୍ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.