ଭାରତ-ସାଉଥ ଆଫ୍ରିକା ତୃତୀୟ ଟି- ୨୦ : ବିଜୟ ତିଳକ ପିନ୍ଧାଇଲେ ତିଳକ ବର୍ମା, ଭାରତ ୨-୧ରେ ଆଗୁଆ

ଭାରତ-ସାଉଥ ଆଫ୍ରିକା ତୃତୀୟ ଟି- ୨୦ ମ୍ୟାଚ୍ ଜିତିଲା ଭାରତ । ତିଳକ ପିନ୍ଧାଇଲେ ବିଜୟ ଟିକା । ତିଳକ ବର୍ମାଙ୍କ ପ୍ରଥମ ଅନ୍ତର୍ଜାତିକ ଶତକ ସହାୟତାରେ ଭାରତ ସାଉଥ ଆଫ୍ରିକା ୧୧ ରନରେ ଜିତିନେଇଛି । ଭାରତ ଦେଇଥିବା ୨୨୦ ରନର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୭ ୱିକେଟ ହରାଇ ୨୦୮ ରନ୍ କରିଥିଲା । ଫଳରେ ୪ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୨-୧ରେ ଆଗୁଆ ରହିଛି ।

ସାଉଥ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ପ୍ରଥମ ଓଭରରେ ଓପନର ସଞ୍ଜୁ ସାମସନଙ୍କୁ ହରାଇଥିଲା । ଏହା ପରେ ପଡ଼ିଆକୁ ଓହ୍ଲାଇଥିଲେ ତିଲକ ବର୍ମା । ଅଭିଷେକ ଶର୍ମାଙ୍କ ସହିତ ମିଶି ସେ ଇନିଂସକୁ ଆଗେଇ ନେଇଥିଲେ । ଦଳର ସ୍କୋର ୮.୪ ଓଭରରେ ୧୦୭ରେ ପହଞ୍ଚିଥିବା ବେଳେ ଆଉଟ୍ ହୋଇଯାଇଥିଲେ ଅଭିଷେକ ବର୍ମା । ସେ ୨୫ଟି ବଲରୁ ୫୦ ରନ୍ (୩ ଚୌକା, ୫ ଛକା) କରିଥିଲେ । ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଆଉଟ୍ ହୋଇଥିଲେ । ଗୋଟିଏ ପରେ ଗୋଟିଏ ୫ଟି ୱିକେଟ୍ ପଡ଼ିବା ସତ୍ତ୍ୱେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ବିସ୍ଫୋରକ ଇନିଂସ ଖେଳିଥିଲେ ତିଲକ ବର୍ମା । ସେ ୫୧ଟି ବଲ୍‌ରୁ ଶତକ କରିଥିବା ବେଳେ ୫୬ଟି ବଲ୍‌ରୁ ୧୦୭ ରନ୍ କରି ଶେଷ ପର୍ଯ୍ୟନ୍ତ ରହିଥିଲେ । ତିଳକ ୫୧ ବଲରୁ ଶତକ ଅର୍ଜନ କିରବା ସହ ଯଶସ୍ବୀ ଜୟସ୍ବାଲଙ୍କ ପରେ ଦ୍ବିତୀୟ ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ ଆନ୍ତର୍ଜାତିକ ଶତକ ଅର୍ଜନ କରିଛନ୍ତି । ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୦୭ ରନ କରିଥିଲେ ।

ଦଳ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୨୧୯ ରନ୍ କରିଥିଲା ।  ହେଲେ ଭାରତ ଦେଇଥିବା ଟାର୍ଗେଟକୁ ପୂରଣ କରିପାରିନଥିଲା ସାଉଥ ଆଫ୍ରିକା । ଭାରତ ଦେଇଥିବା ୨୨୦ ରନର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୭ ୱିକେଟ ହରାଇ ୨୦୮ ରନ୍ କରିଥିଲା ।  ଆସନ୍ତାକାଲି ଶେଷ ମ୍ୟାଚ୍ ଜୋହାନ୍ସବର୍ଗରେ ଖେଳାଯିବ ।

You might also like