ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦: ସିରିଜ ଜିତିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ, ସଞ୍ଜୁଙ୍କ ସ୍ଥାନରେ ଖେଳିବେ ଅର୍ଶଦୀପ

ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ । ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ସନ୍ଧ୍ୟାରେ ୭ଟାରେ ଖେଳାଯିବ ମ୍ୟାଚ୍‌ । ପ୍ରଥମ ମ୍ୟାଚକୁ ରୋମାଞ୍ଚକ ଅନ୍ଦାଜରେ ଜିତି ଟିମ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ଏବେ ଦ୍ୱିତୀୟଟି-୨୦ ମ୍ୟାଚ ଜିତିବା ପାଇଁ ହାର୍ଦ୍ଦିକଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ମେନ ଇନ୍‌ ବ୍ଲୁ ।

ପ୍ରଥମ ଟି-୨୦ ଡେବ୍ୟୁ ମ୍ୟାଚରେ ୪ ୱିକେଟ୍ ନେଇ ନିଜର ଚମକ ଦେଖାଇଥିଲେ ଶିଭମ ମାଭି। ମାଭିଙ୍କ ଡେବ୍ୟୁ ଚମକ ଅଧିନାୟକ ପାଣ୍ଡ୍ୟାଙ୍କ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଆଜିର ମ୍ୟାଚରେ ମାଭି କମାଲ ମଧ୍ୟ କରିବେ ବୋଲି ପାଣ୍ଡ୍ୟା ଆଶା ରଖିଛନ୍ତି । ହେଲେ ଶୁଭମନ ଗିଲ୍ କିନ୍ତୁ ୭ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ୨୦୨୨ରେ ଚମତ୍କାର ପ୍ରଦର୍ଶନ କରିଥିବା ଉପଅଧିନାୟକ ସୂର୍ଯ୍ୟକୁମାର ଯାଦବ ପ୍ରଥମ ମ୍ୟାଚ୍ରେ ବିଫଳ ହୋଇଥିଲେ।

ତେବେ ଆଜି ମ୍ୟାଚରେ ସଞ୍ଜୁ ସାମସନଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ପ୍ରଥମ ମ୍ୟାଚ୍ ବେଳେ ଏକ କ୍ୟାଚ୍ ନେବାକୁ ଡାଇଭ ମାରିବା ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ତେଣୁ ସେ ଆଜିର ମ୍ୟାଚ୍‌ ଖେଳିବେ ନାହିଁ। ସଞ୍ଜୁଙ୍କ ସ୍ଥାନରେ ଅର୍ଶଦୀପ ସିଂ ଖେଳିବାର ସମ୍ଭାବନା ରହିଛି ।

ଭାରତ ସମ୍ଭାବ୍ୟ ଏକାଦଶ: ଈଶାନ କିଶନ, ଶୁବମନ ଗିଲ, ସୂର୍ଯ୍ୟକୁମାର ଯାଦବ, ରାହୁଲ ତ୍ରିପାଠୀ, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡ଼ା, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ହର୍ଷଲ ପଟେଲ୍, ଶିବମ ମାଭି, ଉମ୍ରାନ ମଲ୍ଲିକ, ୟୁଜବେନ୍ଦ୍ର ଚହଲ।

ଶ୍ରୀଲଙ୍କା ସମ୍ଭାବ୍ୟ ଏକାଦଶ: ପଥୁମ ନିଶାଙ୍କ, କୁସାଲ ମେଣ୍ଡିସ୍, ଧନଞ୍ଜୟ ଡି’ସିଲଭା, ଚରିତ ଅସଲଙ୍କା, ଭାନୁକା ରାଜପକ୍ଷ, ଦାସୁନ ଶଣକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ମହେଶ ତୀକ୍ଷ୍ଣା, ଦିଲସାନ ମଦୁଶଙ୍କା, କାସୁନ ରଜିଥା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.