ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଦିନିକିଆ । ଭାରତ ୧-୦ରେ ସିରିଜ୍ ଆଗୁଆ ଥିବାରୁ ମ୍ୟାଚ୍ ଜିତି ସିରିଜ୍ କବ୍ଜା କରିବାକୁ ଚେଷ୍ଟା କରିବ । ସେହିପରି ୱେଷ୍ଟଇଣ୍ଡିଜ୍ ଦଳ ମ୍ୟାଚ୍ ଜିତି ସିରିଜ୍ ବରବାର କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ବର୍ଷା ଯୋଗୁ ପ୍ରଥମ ଦିନିକିଆ ବାତିଲ ହୋଇଥିଲା । ଦ୍ୱିତୀୟ ଦିନିକିଆକୁ ୫୯ ରନ୍ରେ ଜିତିଥିଲା ଟିମ୍ ଇଣ୍ଡିଆ । ତେଣୁ ଆଜିର ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ଟି-୨୦ ସରିଜ୍ ଜିତି ସାରିଥିବାରୁ ଆଜିର ମ୍ୟାଚ୍ ଜିତିଲେ ଦିନିକଆ ସିରିଜ୍ ମଧ୍ୟ ହାତେଇବ ଭାରତ । ଦଳର ଓପନର ଶିଖର ଧଓ୍ଵନ ଫର୍ମରେ ନଥିଲେ ବି ଆଜି ତାଙ୍କ ବ୍ୟାଟ୍ରୁ ଏକ ବଡ଼ ସ୍କୋର ଆଶା ରଖିଛନ୍ତି କ୍ରିକେଟ୍ପ୍ରେମୀ । ସେହିପରି ୫ ନମ୍ବରରେ ଆସିଥିବା ଶ୍ରେୟସ ଆୟର ଭଲ ପ୍ରଦର୍ଶନ କରୁଛନ୍ତି । ପୂର୍ବ ମ୍ୟାଚ୍ ପରି ୪ ନମ୍ବର ସ୍ଥାନରେ ଖେଳିପାରନ୍ତି ଋଷଭ ପନ୍ଥ ।
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…
ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…
ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…