କ୍ରୀଡା

ସିରିଜ କବ୍‌ଜା କରିବା ପାଇଁ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ, ଦଳରେ ହୋଇନପାରେ ବିଶେଷ ପରିବର୍ତ୍ତନ

ଟିମ୍‌ ଇଣ୍ଡିଆ ନିଜର ୧୦୦୦ ତମ ଦିନିକିଆ ମ୍ୟାଚ ଜିତିବା ପରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମନୋବଳ ବଢିଯାଇଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୧୦୦୦ ତମ ମୁକାବିଲାରେ ଇଣ୍ଡିଜକୁ ୬ ଓ୍ୱିକେଟରେ ହରାଇଥିଲା । ରୋହିତ ଏହି ମ୍ୟାଚରେ ୬୦ ରନ୍‌ କରିଥିଲେ। ସେହିପରି ବୋଲରମାନେ ମଧ୍ୟ ଉନ୍ନତ ପ୍ରଦର୍ଶନ କରିଥିଲେ । ଏହି ମ୍ୟାଚ ଜିତି ଟିମ୍‌ ଇଣ୍ଡିଆ ତିନିଟି ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଆଗୁଆ ରହିଛି। ଏବେ ଦ୍ୱିତୀୟ ମ୍ୟାଚ ଆସନ୍ତାକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଖେଳାଯିବାକୁ ରହିଛି। ଏହି ମ୍ୟାଚକୁ ମଧ୍ୟ ଟିମ୍‌ ଇଣ୍ଡିଆ ଜିତି ସିରିଜ ଉପରେ କବଜା କରିବାକୁ ଚେଷ୍ଟା କରିବ। ସେହିଭଳି ୱେଷ୍ଟଇଣ୍ଡିଜ ଟିମ୍‌ ମଧ୍ୟ ମ୍ୟାଚ ଜିତି ସିରିଜକୁ ଫେରିବାକୁ ଚେଷ୍ଟା କରିବ।

ତେବେ ଦ୍ୱିତୀୟ ଦିନିକିଆରେ ଦଳରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା କମ୍ ରହିଛି । ଶିଖର ଧଓ୍ୱନ କରୋନାରେ ସଂକ୍ରମିତ ହୋଇଥିବାରୁ ଇଷାନ କିଶନ ଓ ରୋହିତ ଶର୍ମା ଓପନିଂ ପାଇଁ ଓହ୍ଲାଇ ପାରନ୍ତି । ସେହିପରି ବୋଲିଂ ବିଭାଗରେ ଦଳ ସେତେଟା ପରିବର୍ତ୍ତନ କରିନପାରେ । ଆଉ ଖାସ୍‌କରି ଆସନ୍ତାକାଲିର ମ୍ୟାଚ ପାଇଁ ମୟଙ୍କ ଅଗ୍ରଓ୍ଵାଲ ଏବଂ କେଏଲ ରାହୁଲ କଠିନ ପରିଶ୍ରମ କରୁଛନ୍ତି।

ଦ୍ୱିତୀୟ ମୁକାବିଲା ଜିତି ସିରିଜକୁ ସମାନ ସ୍ତରକୁ ଆଣିବାକୁ ପ୍ରୟାସ କରିବ ୱେଷ୍ଟଇଣ୍ଡିଜ। ଦଳର ବ୍ୟାଟିଂ ଓ ବୋଲିଂ ଫେଲ୍ ମାରିଥିଲା । ଟପ୍ ଓ ମିଡିଲ୍ ଅର୍ଡର ବ୍ୟାଟସମ୍ୟାନ୍ ଫେଲ୍ ମାରିଥିଲେ । ଏହା ଉପରେ ଇଣ୍ଡିଜ୍ ଅଧିକ ଧ୍ୟାନ ଦେଇପାରେ । ଦଳରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ବୋଲି ଆଭାସ ମିଳୁଛି ।

ମ୍ୟାଚ ଆସନ୍ତାକାଲି ଅର୍ଥାତ୍‌ ୯ ଫେବୃଆରୀକୁ ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଖେଳାଯିବ। ଭାରତୀୟ ସମୟାନୁସାରେ ୧.୩୦ ମିନିଟରେ ଖେଳ ଆରମ୍ଭ ହେବ। ମ୍ୟାଚ ହେବାର ଅଧଘଣ୍ଟା ପୂର୍ବରୁ ଟସ୍‌ ପଡିବ।

Swagatika

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

13 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

21 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

37 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago