ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର, ଦ୍ୱିତୀୟ ଦିନିକିଆ ପୂର୍ବରୁ କରୋନାରୁ ସୁସ୍ଥ ହେଲେ ଶିଖର ଧଓ୍ଵନ ଓ ଶ୍ରେୟସ ଆୟର

ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ହେବାକୁ ଯାଉଛି। ଟିମ୍‌ ଇଣ୍ଡିଆ ପ୍ରଥମ ଦିନିକିଆ ଜିତିସାରିଛି। ଆଜି ମେନ ଇନ୍‌ ବ୍ଲୁ ଦ୍ୱିତୀୟ ଦିନିକିଆ ମ୍ୟାଚ ଜିତି ସିରିଜ ଉପରେ କବଜା କରିପାରେ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିଅମରେ ମ୍ୟାଚ ୧.୩୦ରେ ଖେଳାଯିବ। ସବୁଠାରୁ ବଡ କଥା ଶିଖର ଧଓ୍ଵନ କରୋନା ସଂକ୍ରମିତ ହୋଇଥିଲେ। କିନ୍ତୁ ଏବେ ଶିଖର ଧଓ୍ଵନ ଏବଂ ମିଡିଲ୍‌ ଅର୍ଡର ବ୍ୟାଟର୍‌ ଶ୍ରେୟସ ଆୟର କୋଭିଡ୍‌ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ମଙ୍ଗଳବାର ତାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି ।

ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଉଭୟଙ୍କୁ ଅଭ୍ୟାସ କରିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଆଜିର ମ୍ୟାଚରେ ଦୁହେଁ ବାଦ୍‌ ପଡିଛନ୍ତି। ଉଭୟଙ୍କ ଫିଟ୍‌ନେସ୍‌ ଏବଂ କୋଭିଡ୍‌ ପରବର୍ତ୍ତୀ ଟ୍ରିଟ୍‌ମେଣ୍ଟ ଜାରି ରହିଥିବାରୁ ଦ୍ୱିତୀୟ ଦିନିକିଆରୁ ବାଦ୍‌ ପଡିଛନ୍ତି ଉଭୟ ଖେଳାଳି ।

ଉଭୟ ଧଓ୍ଵନ ଏବଂ ଆୟର ବିସିସିଆଇ ମେଡିକାଲ ଟିମ୍‌ ତତ୍ତ୍ୱାବଧାନରେ ଷ୍ଟାଡିୟମରେ ସାମାନ୍ୟ ଅଭ୍ୟାସ କରିଛନ୍ତି । ଅନ୍ୟପଟେ ଯୁବ କ୍ରିକେଟର ଋତୁରାଜ୍‌ ଗାଏକ୍ୱାଡ ଏବେ ବି ଆଇସୋଲେସନରେ ରହିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଆରମ୍ଭ ପୂର୍ବରୁ ଭାରତୀୟ ଦଳର ୪ ଜଣ ଖେଳାଳି କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ । ସମସ୍ତେ ପ୍ରଥମ ଦିନିକିଆରେ ବାଦ୍‌ ପଡିଛନ୍ତି।

ଟିମ୍‌ ଇଣ୍ଡିଆ: ରୋହିତ ଶର୍ମା, ଈଶାନ କିଶନ, ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ, ଦୀପକ ଚହର, ଯୁଜବେନ୍ଦ୍ର ଚହଲ, ପ୍ରସିଦ୍ଧ କ୍ରିଷ୍ଣା, ଓ୍ଵାଂଶିଟନ ସୁନ୍ଦର, ମହମ୍ମଦ ସିରାଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.