ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସ ୨୪୮ ରନରେ ଅଲଆଉଟ, ୨୭୦ରନ୍ ପଛୁଆ ଭ୍ରମଣକାରୀ ଦଳ

ନୂଆଦିଲ୍ଲୀ : ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସ ୨୪୮ରନ୍‌ରେ ଅଲଆଉଟ ହୋଇଛି । ଯଶସ୍ୱୀ ଜୟସୱାଲ ପରେ ଶୁଭମନ ଗିଲଙ୍କ ଶତକ ବଳରେ ଭାରତ ୫/୫୧୮ ରନ୍‌ରେ ପ୍ରଥମ ଇନିଂସ ଘୋଷଣା କରିଥିଲା । ଜବାବରେ  ଇଣ୍ଡିଜକୁ ବଡ ଫଲୋଅନ ଦେଇଛି ଇଣ୍ଡିଆ । ୨୭୦ ରନ୍ ଟ୍ରାଏଲ କରୁଛି ଭ୍ରମଣକାରୀ ୱେଷ୍ଟଇଣ୍ଡିଜ । କୁଳଦୀପ ଯାଦବ ୫ଟି, ରବିନ୍ଦ୍ର ଜାଡେଜା ୩ଟି ୱିକେଟ ନେଇଛନ୍ତି । ସେହିପରି ବୁମରା ଓ ସିରାଜ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଇଣ୍ଡିଜ ପକ୍ଷରୁ ଆଲିକ ଆନ୍ଥୋଜ ସର୍ବାଧିକ ୪୧ରନ କରିଛନ୍ତି । ଫଲୋଅନ ପରେ ବ୍ୟାଟିଂ କରୁଛି ଇଣ୍ଡିଜ ।

ଅଧିନାୟକ ଶୁବମନ ଗିଲ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଭାରତ ପ୍ରଥମ ଇନିଂସରେ ୫୧୮ରନରେ ପାଳି ଘୋଷଣା କରିଥିଲା । ଷ୍ଟାର ବ୍ୟାଟର ଯଶସ୍ବୀ ଜୟସୱାଲ ୨୫୮ବଲ୍‌ରେ ୨୨ ଚୌକା ସହ ୧୭୫ରନ୍ କରିଥିଲେ । ଅଧିନାୟକ ଶୁବମନ ଗିଲ ଅପରାଜିତ ଶତକ ହାସଲ କରିଥିଲେ । ୧୯୬ ବଲରେ ୧୨୯ରନ୍ ଇନିଂସ ଖେଳିଥିଲେ । ଯେଉଁଥିରେ ୧୬ ଚୌକା ୨ ଛକା ସାମିଲ ରହିଛି । ସାଇ ସୁଦର୍ଶନ ୮୭ ରନ୍‌ର ଜବରଦସ୍ତ ପାଳି ଖେଳିଥିଲେ । ସେହିପରି ରାହୁଲ ୩୮, ନୀତିଶ ୪୩ ଓ ଧ୍ରୁବ ଜୁରେଲ ୪୪ରନ କରିଥିଲେ । ୫ ୱିକେଟ ହରାଇ ୫୧୮ରନରେ ପ୍ରଥମ ଇନିଂସ ଘୋଷଣା କରିଥିଲା ଟିମ୍ ଇଣ୍ଡିଆ ।

Also Read : ବିଚରେ ୩୨ତମ ବର୍ଥ ଡେ ସେଲିବ୍ରେସନ୍ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଜନ୍ମଦିନରେ ମାହିକା ଶର୍ମାଙ୍କ ସହ ଆସିଲେ ନଜର