୭ ଓ୍ଵିକେଟରେ ତୃତୀୟ ଟି-୨୦ ମ୍ୟାଚ୍‌ ଜିତିଲା ଟିମ୍‌ ଇଣ୍ଡିଆ, ସିରିଜ ୨-୧ରେ ଆଗୁଆ

ଟିମ୍‌ ଇଣ୍ଡିଆ ୭ ୱିକେଟରେ ୱେଷ୍ଟଇଣ୍ଡିଜ ହରାଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ୟ ଟି-୨୦ରେ ଭାରତର ଦମଦାର ବିଜୟ ହାସିଲ କରିଛି। ୫ଟିକିଆ ସିରିଜରେ ଭାରତ ଏବେ ୨-୧ରେ ଆଗୁଆ ରହିଛି। ବାକି ରହିଥିବା ମ୍ୟାଚ୍ ଜିତି ସିରିଜକୁ ନିଜ ନାଁରେ କରିବାକୁ ଟାର୍ଗେଟ ରଖିଛି ରୋହିତ ବାହିନୀ।

ସୂର୍ଯ୍ୟକୁମାର ଯାଦବଙ୍କ  ଅର୍ଦ୍ଧଶତକ ବଳରେ ଭାରତ ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଟି-ଟ୍ୱେଣ୍ଟିରେ ଘରୋଇ ୱେଷ୍ଟ ଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟ ଇଣ୍ଡିଜ୍ ୫ ୱିକେଟ୍ ହରାଇ ୧୬୪ ରନ୍ ସଂଗ୍ରହ କରିଥିଲା । ଜବାବରେ ଭାରତ ୧୬୫ ରନ୍ ଟାର୍ଗେଟର ପିଛା କରି ୧୯ ଓଭରରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଛି । ଟିମ୍ ଇଣ୍ଡିଆ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବ୍ୟକ୍ତିଗତ ଭାବେ ୭୬ ରନ୍ ସ୍କୋର କରିଥିଲେ। ସୂର୍ଯ୍ୟକୁମାର ୪୪ଟି ବଲ ଖେଳି ୮ଟି ଚୌକା ଓ ୪ଟି ଛକା ମାରିଥିଲେ। ମ୍ୟାଚ୍ ଜିତିବା ସହ ୫ ମ୍ୟାଚରେ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି।

scoreboard

ସୂର୍ଯ୍ୟକୁମାର ୪୪ଟି ବଲରେ ୮ଚୌକା ଓ ୪ ଛକା ବଳରେ ୭୬ ରନ୍ କରି ଆଉଟ୍ ହୋଇଥିଲେ । ପନ୍ତ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ସେ ୨୬ଟି ବଲ୍ରୁ ୩୩(୩ଚୌକା, ୧ଛକା) ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ୪ ଓ ଦୀପକ ହୁଡ଼ା ଅପରାଜିତ ୧୦ ରନ୍ କରିଥିଲେ ।

Leave A Reply

Your email address will not be published.