ବିଶ୍ବକପରେ ଖସିଲା ଭାରତର ତୃତୀୟ ଓ୍ବିକେଟ, ପ୍ରଥମେ ବ୍ୟାଟିଂ କରିବା ଇଣ୍ଡିଆକୁ ପଡୁଛିକି ଭାରି ?

ବିଶ୍ୱକପରେ ଦୁଇ ଏସୀୟ ରାଷ୍ଟ୍ର ମଧ୍ୟରେ ଟକ୍କର। ସାଉଥମ୍ପଟନରେ ମୁହାଁମୁହିଁ ହୋଇଛନ୍ତି ଭାରତ- ଆଫଗାନିସ୍ତାନ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ। ବର୍ତ୍ତମାନ ସ୍କୋର ଟିମ୍ ଇଣ୍ଡିଆର ୨୮ ଓଭରରେ ୩ ୱିକେଟ ହରାଇ ୧୨୭ ରନ୍ କରିଛି। ମ୍ୟାଚ୍ ଆରମ୍ଭରେ ଦଳୀୟ ସ୍କୋର ମାତ୍ର ୭ ରନ ବେଳେ ରୋହିତ ଶର୍ମାଙ୍କ ଓ୍ଵିକେଟ ହରାଇଥିଲା ଭାରତ। ମୁଜିବ୍ ଉର୍ ରେହମାନଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇ ପାଭିଲନ୍ ଫେରିଥିଲେ ଓପନର ରୋହିତ ଶର୍ମା। ଏହାପରେ କିଛି ସମୟ ପାଇଁ ପାଳି ସମ୍ଭାଳିଥିଲେ ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲି।

ଦଳୀୟ ସ୍କୋର ୬୪ ରନ୍ ବେଳେ ଖରାପ୍ ସଟ୍ ଖେଳି ମହମ୍ମଦ ନବୀଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ ଲୋକେଶ ରାହୁଲ। ସେହିପରି ଏଲବିଉବ୍ଳୁ ଦ୍ବାରା ବିଜୟ ଶଙ୍କର ଆଉଟ ହୋଇଯାଇଥିଲେ। ଆଜିର ମ୍ୟାଚ ପାଇଁ ପ୍ଲେଇଂ ଇଲେଭେନରେ ଗୋଟିଏ ପରିବର୍ତ୍ତନ କରିଛି ଟିମ୍ ଇଣ୍ଡିଆ।

ଆହତ କାରଣରୁ ବାଦ ପଡ଼ିଥିବା ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଛନ୍ତି ଫାଷ୍ଟ ବୋଲର ମହମ୍ମଦ ସାମି। ଆଜିର ମ୍ୟାଚ୍ ଜିତି ସିରିଜରେ ଅପରାଜେୟ ରହିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ। ସେପଟେ ବିଜୟ ଖାତା ଖୋଲିବାକି ଭରପୁର ଚେଷ୍ଟା କରୁଛି ଆଫଗାନିସ୍ତାନ। ବିଶ୍ୱକପରେ ଉଭୟ ଟିମ୍ ପ୍ରଥମ ଥର ମୁହାଁମୁହିଁ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.