WTC ଫାଇନାଲ ପାଇଁ ଭାରତୀୟ ଟିମରେ ହେଲା ପରିବର୍ତ୍ତନ, ICC ଘୋଷଣା କଲା ସ୍କ୍ଵାଡ୍
WTC ଫାଇନାଲ ପୂର୍ବରୁ ବଦଳିଲା ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ଟିମ୍ । ଆଇସିସି ଘୋଷଣା କଲା ନୂଆ ନାମ । ଋୁତରାଜଙ୍କ ସ୍ଥାନରେ ଯଶସ୍ୱୀଙ୍କୁ ମିଳିଲା ସ୍ଥାନ ।
ଟିମ୍ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଖେଳାଯିବ । ୭ ଜୁନରୁ ୧୧ ଜୁନ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ମ୍ୟାଚ୍ ପାଇଁ ଉଭୟ ଟିମ୍ ନିଜ ନିଜର ଖେଳାଳିଙ୍କ ଲିଷ୍ଟ ଆଇସିସିକୁ ପ୍ରଦାନ କରିଛି । ଆଇସିସିକୁ ଟିମ୍ ଇଣ୍ଡିଆ ୧୮ ଜଣ ଖେଳାଳିଙ୍କ ଲିଷ୍ଟ ଦେଇଛି । ସେହିପରି ଅଷ୍ଟ୍ରେଲିଆ ୧୭ ଜଣ ଖେଳାଳିଙ୍କ ଲିଷ୍ଟ ଦେଇଛି ।
WTC ଫାଇନାଲ ପାଇଁ ଟିମ ଇଣ୍ଡିଆର ଘୋଷଣା ପ୍ରଥମେ ହୋଇଥିଲା । କିନ୍ତୁ ଭାରତୀୟ ଟିମର ଚୟନକର୍ତ୍ତା ଆଇସିସିକୁ ନିଜ ଟିମ ଲିଷ୍ଟ ଦେବା ପୂର୍ବରୁ ପୁଣି ଏକ ପରିବର୍ତ୍ତନ କରିଛି । ଭାରତୀୟ ଟିମରେ ଷ୍ଟାଣ୍ଡବାଏ ଖେଳାଳି ଭାବେ ଋତୁରାଜ ଗାଏକ୍ୱାଡ ରହିଥିବା ବେଳେ ତାଙ୍କ ସ୍ଥାନରେ ଯଶସ୍ୱୀ ଜୟସଓ୍ଵାଲଙ୍କୁ ଇଂଲଣ୍ଡ ପଠାଯାଇଛି ।
ସେହିପରି ଅଷ୍ଟ୍ରେଲିଆ ଟିମ ଅଲରାଉଣ୍ଡର ମିଚେଲ ମାର୍ଶ ଏବଂ ମେଟ ରେନେଶୋଙ୍କୁ ଟିମରେ ସ୍ଥାନ ଦେଇନି । ଦୁହେଁ ରିଜର୍ଭ ଖେଳାଳି ଭାବେ ସାମିଲ ହୋଇଛନ୍ତି । ପୂର୍ବରୁ ଏହି ଦୁହିଁଙ୍କୁ ୧୭ ଜଣିଆ ଟିମ ଚୟନରେ ସାମିଲ କରାଯାଇଥିଲା ।
ଭାରତୀୟ ଟିମ୍ ଲଗାତାର ଦ୍ୱିତୀୟ ଥର ପାଇଁ WTC ଫାଇନାଲରେ ପ୍ରବେଶ କରିଛି । କିନ୍ତୁ ଗତଥର ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଠାରୁ ହାର ସାମ୍ନା କରିଥିଲା । ଅଷ୍ଟ୍ରେଲିଆ ଟିମ୍ ପ୍ରଥମ ଥର ପାଇଁ WTC ଫାଇନାଲ ମ୍ୟାଚ ଖେଳିବ । ତେବେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପ୍ରାଇସ ମନିକୁ ଘୋଷଣା କରିଛି । ଟୁର୍ଣ୍ଣାମେଣ୍ଟ ଜିତିବା ଟିମକୁ ୧୩ କୋଟି ଏବଂ ଉପବିଜେତାକୁ ୬.୫ କୋଟି ଟଙ୍କା ମିଳିବ ।
ଭାରତୀୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ ଭରତ(ଓ୍ଵିକେଟ କିପର), ଈଶାନ କିଶନ, ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ ।
ଷ୍ଟାଣ୍ଡବାଏ ଖେଳାଳି: ଯଶସ୍ୱୀ ଜୟସଓ୍ଵାଲ, ମୁକେଶ କୁମାର, ସୂର୍ଯ୍ୟକୁମାର ଯାଦବ ।
ଅଷ୍ଟ୍ରେଲିଆ ଟିମ୍ : ପ୍ୟାଟ କେମିନ୍ସ(ଅଧିନାୟକ), ସ୍କଟ୍ ବୋଲଣ୍ଡ, ଏଲକ୍ସ କେରୀ, କ୍ୟାମରୁନ ଗ୍ରୀନ, ମାର୍କସ ହ୍ୟାରିସ, ଜୋଶ ହେଜଲଉଡ, ଟ୍ରେଭିସ ହେଡ, ଜୋସ ଇଂଲିଶ, ଉସ୍ମାନ ଖ୍ଵାଜା, ମାର୍ନସ ଲେବୁସନ, ନାଥମ ଲାୟନ, ଟର୍ଡ ମର୍ଫି, ଷ୍ଟିଭେନ ସ୍ମିଥ, ମିଚେଲ ଷ୍ଟାର୍କ, ଡେଭିଡ ଓ୍ଵାର୍ଣ୍ଣର ।
ଷ୍ଟାଣ୍ଡବାଏ ଖେଳାଳି : ମିଚେଲ ମାର୍ଶ, ମେଟ ରେନଶୋ ।