ଅଗଷ୍ଟରେ ହେବ ଭାରତ -ଇଂଲଣ୍ଡ ଟେଷ୍ଟ ସିରିଜ !

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ୩ଟି ମ୍ୟାଚ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। ନୂଆ ମୁହଁ ଭାବେ ଯୁବ ଓ୍ଵିକେଟ କିପର ଓ ବ୍ୟାଟ୍ସମ୍ୟାନ ରିଷଭ ପନ୍ଥଙ୍କୁ ପ୍ରଥମ ଥର ଟିମରେ ସ୍ଥାନ ପାଇଛନ୍ତି। ସେହିପରି ଦ୍ରୁତ ବୋଲର ମହମ୍ମଦ ସାମୀ ଓ ସ୍ପିନର କୂଳଦୀପ ଯାଦବ ଦଳକୁ ଫେରିଛନ୍ତି। ସେହିପରି ଦିନିକିଆ ଶୃଙ୍ଖଳରୁ ବାହାରେ ଥିବା ଯଶପ୍ରୀତ ବୁମରାଙ୍କୁ ଟିମରେ ସ୍ଥାନ ମିଳିଛି। ତେବେ ଆହତ ଥିବାରୁ ସେ ପ୍ରଥମ ଟେଷ୍ଟ ଖେଳିବେନି। ଟିମର ଅଧିନାୟିକ ଦାୟିତ୍ୱ ତୁଲାଇବେ ବିରାଟ କୋହଲୀ । ଅଗଷ୍ଟ ୧ତାରିଖର ବର୍ମିହମରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.