ବାରବାଟୀରେ ଇଣ୍ଡିଆ ବନାମ ୱେଷ୍ଟଇଣ୍ଡିଜ ମ୍ୟାଚ୍‌ କୁ ଗ୍ରୀନ ସିଗନାଲ, ଡିସେମ୍ବର ୨୨ରେ ହେବ ଖେଳ

କଟକ(କେନ୍ୟୁଜ୍): ବାରବାଟୀ ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୨୨ରେ ହେବାକୁ ଥିବା ଇଣ୍ଡିଆ ବନାମ west indies ମ୍ୟାଚ୍‌ ହେବା ନେଇ ସବୁଜ ସଂକେତ ମିଳିଯାଇଛି । ଫନି ମହାବାତ୍ୟାରେ କ୍ଷୟ କ୍ଷତି ହୋଇଥିବା ବାରବାଟୀ ଷ୍ଟାଡିୟମରେ ଠିକ ସମୟରେ ମରାମତି କରା ଯାଇ ମ୍ୟାଚ ହୋଇ ପାରିବ କି ନାହିଁ ଯେଉଁ ଆଶଙ୍କା କରାଯାଉ ଥିଲା ସେଥିରେ ଅବସାନ ଘଟିଛି । କାରଣ ଷ୍ଟାଡିୟମ ମଧ୍ୟରେ ଲଗାଯାଇଥିବା ହାଇ ମାକ୍ସ ଲାଇଟ୍‌ ଗୁଡିକର ମରାମତି କାମ ଆରମ୍ଭ ହୋଇଯାଇଛି । ଲାଇଟ୍‌ ଗୁଡିକର ମରାମତି କାର୍ଯ୍ୟ ପାଇଁ ଲିଜ୍‌ ନେଇଥିବା କପିଲ ଦେବ ନ୍କ କମ୍ପାନୀ ସେଭ ମସ୍କୋର ଏକ ଦୁଇ ଜଣିଆ ଟିମ୍‌ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଲାଇଟ୍‌ ଗୁଡିକର ସ୍ଥିତି ଯାଞ୍ଚ କରିଥିଲେ। ଷ୍ଟାଡିୟମ ମଧ୍ୟରେ ୮ ଟି ଷ୍ଟାଣ୍ଡ ପୋଷ୍ଟ ରହିଛି । ଗୋଟିଏ ଷ୍ଟାଣ୍ଡ ପୋଷ୍ଟରେ ୪୬ଟି ହାଇ power ଲାଇଟ ଖଞ୍ଜା ହୋଇଛି। ତେବେ ମୋଟ ୩୬୮ଟି ଲାଇଟ୍‌ ଲାଗିଛି। ସେଥିରୁ ଅଧିକାଂଶ ଫନି ମହାବାତ୍ୟାରେ ଖରାପ ହୋଇଯାଇଥିଲା । ସେଗୁଡିକ ୧୫ଦିନ ମଧ୍ୟରେ ଠିକ୍‌ କରାଯିବ ବୋଲି ସେଭ ମୋସ୍କୋ କମ୍ପାନୀ ଟେକ୍ନିସିଆନ ମାନେ ଓସିଏକୁ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.