ଅଭ୍ୟାସ ଚାଲିଛି, ଦିନକ ପରେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦

ବିଶାଖାପାଟଣା : ପୁଣି ଏକ ହାଇଭୋଲଟେଜ୍‌ ସିରିଜ୍‌ । ଭାରତ ବନାମ ଅଷ୍ଟ୍ରେଲିଆ । ଦିନକ ପରେ ବିଶାଖାପାଟଣା ଷ୍ଟାଡିୟମ୍‌ରେ ଦୁଇ ଦଳ ଟି-୨୦ ମୁକାବିଲାରେ ପରସ୍ପରକୁ ଭେଟିବେ । ଏହା ପୂର୍ବରୁ ଉଭୟ ଦଳ ଅଷ୍ଟ୍ରେଲିଆରେ ଖେଳିଥିବା ଟି-୨୦ ସିରିଜ୍‌ ଡ୍ର ରହିଥିଲା । ଏଥର ଭାରତରେ ମାତ୍ର ୨ଟି ମ୍ୟାଚ୍‌ ଖେଳିବେ । ପ୍ରଥମ ମ୍ୟାଚ୍‌ ରବିବାର ରାତି ୭ଟାରେ ଖେଳାଯିବ ।

ଆଜି ଭାରତୀୟ ଦଳ ବିଶାଖାପାଟଣା ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରିଛି । ଅଧିନାୟକ ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି ପ୍ରମୁଖ ବ୍ୟାଟିଂ ଅଭ୍ୟାସ କରିଥିବା ବେଳେ ଉମେଶ ଯାଦବଙ୍କ ସମେତ ଅନ୍ୟ ବୋଲରମାନେ ନେଟ୍‌ସରେ ବୋଲିଂ କରିଥିଲେ ।
ଭାରତୀୟ ଦଳ ଏଠାରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ବିଶେଷ କରି ଧୋନିଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.