ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ, ପ୍ରଥମ ମ୍ୟାଚରେ ଦମଦାର ବିଜୟ ପରେ ଜୋଶରେ ଅଛି ଟିମ ଇଣ୍ଡିଆ
ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ । ଦିଲ୍ଲୀରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ । ୪ ଟିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଜିତି ସିରିଜ ଲିଡ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ରାହିତ ଆଣ୍ଡ କୋ ।
ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ବର୍ଡ଼ର-ଗାଭାସ୍କର ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ । ଦିଲ୍ଲୀରେ ନମ୍ବର ଓ୍ଵାନ୍ ଓ ନମ୍ବର ଟୁ ଟେଷ୍ଟ ଟିମ୍ ମଧ୍ୟରେ ହେବ ଟକ୍କର । ରୋହିତ ଶର୍ମା ବନାମ ପ୍ୟାଟ୍ କମିନ୍ସ । ବିଶ୍ୱ ର୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆ ଏକ ନମ୍ବର ଆଉ ଭାରତ ଦୁଇ ନମ୍ବରରେ ରହିଛି । ଦିଲ୍ଲୀରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ । ୪ ଟିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଜିତି ସିରିଜ ଲିଡ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ରାହିତ ଆଣ୍ଡ କୋ ।
ପ୍ରଥମ ଟେଷ୍ଟରେ ଦମଦାର ବିଜୟ ପରେ ଜୋଶରେ ଅଛି ଟିମ ଇଣ୍ଡିଆ । ଦଳକୁ ଫେରିଛନ୍ତି ଶ୍ରେୟସ ଆୟର । ଏପଟେ ୨ୟ ଟେଷ୍ଟ ଜିତି ସରିଜକୁ ବରାବର କରିବାକୁ ସ୍ୱତନ୍ତ୍ର ରଣନୀତି କରିଛି କଙ୍ଗାରୁ ଦଳ । ନୂଆଦିଲ୍ଲୀରେ ୨୦୧୭ରେ ଶେଷ ଥର ପାଇଁ ଏକ ଟେଷ୍ଟ ଖେଳାଯାଇଥିବାବେଳେ ଦ୍ୱିତୀୟ ପାଳିରେ ଶ୍ରୀଲଙ୍କା ୧୦୦ରୁ ଉର୍ଦ୍ଧ୍ୱ ଓଭର ବ୍ୟାଟିଂ କରିଦେବାରୁ ମ୍ୟାଚ୍ ଅମୀମାଂସିତ ରହିଥିଲା। ଅଷ୍ଟ୍ରେଲିଆ କିନ୍ତୁ ଏଠାରେ ୨୦୧୩ରେ ଶେଷ ଟେଷ୍ଟ ଖେଳିଥିଲା। ଏଠାରେ ଅଷ୍ଟ୍ରେଲିଆ ଶୃଙ୍ଖଳାରେ ମଧ୍ୟ ୦-୪ରେ ମୂଳପୋଛ ହୋଇଥିଲା। ରବିନ୍ଦ୍ରନ ଅଶ୍ୱିନ୍ ଏବଂ ରବୀନ୍ଦ୍ର ଜାଦେଜା ମିଳିତ ଭାବେ ୧୪ ୱିକେଟ ନେଇଥିଲେ। ଏବେ ପୁଣି ଥରେ ଏହି ସ୍ପିନ୍ ଯୋଡି ଉପରେ ଭରସା କରି ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।