ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା, ଟିମ ଇଣ୍ଡିଆର କମାଣ ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ ଓ୍ଵାଙ୍ଖଡେ ଷ୍ଟାଡିୟମରେ ହେବ ମହା ଟକ୍କର । ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ ପୂର୍ବରୁ ଉଭୟ ଦଳ ପାଇଁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ । ଆଜିର ମ୍ୟାଚ ଖେଳିବେ ନାହିଁ ରୋହିତ ଶର୍ମା । ହାର୍ଦ୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆର କମାଣ ସମ୍ଭାଳିବେ ।

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ । ମୁମ୍ବାଇ ଓ୍ଵାଙ୍ଖଡେ ଷ୍ଟାଡିୟମରେ ହେବ ମହା ଟକ୍କର । ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ ପୂର୍ବରୁ ଉଭୟ ଦଳ ପାଇଁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ । ଆଜିର ମ୍ୟାଚ ଖେଳିବେ ନାହିଁ ରୋହିତ ଶର୍ମା । ହାର୍ଦ୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆର କମାଣ ସମ୍ଭାଳିବେ । ସେହିପରି ପାଟ କମିନ୍ସ ସ୍ୱଦେଶରୁ ଫେରି ନଥିବାରୁ ଷ୍ଟିଭ ସ୍ମିଥ ଅଷ୍ଟ୍ରେଲିଆ ଟିମର ନେତୃତ୍ୱ ନେବେ । ତେବେ କେଏଲ ରାହୁଲଙ୍କ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଲାଇଫ ଲାଇନ ସଦୃଶ ହୋଇଛି । ଟେଷ୍ଟ କ୍ରିକେଟରେ କ୍ରମାଗତ ବିଫଳତା ପରେ ତାଙ୍କୁ ଟିମରୁ ଡ୍ରପ୍‌ କରାଯାଇଥିଲା ।

ତେବେ ରାହୁଲଙ୍କୁ ଦିନିକିଆରେ ସୁଯୋଗ ଦେବା ସପକ୍ଷରେ ଟିମ ମ୍ୟାନେଜମେଣ୍ଟ ରହିଛି । ଦିନିକିଆ ଟିମରେ ୱିକେଟ କିପର ବ୍ୟାଟର ଭାବେ ବିଶ୍ୱକପ ମଧ୍ୟ ଖେଳିପାରନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ବି ରାହୁଲଙ୍କୁ ୱିକେଟ କିପର ଭାବେ ଚୟନ କରାଯାଇପାରେ । କିନ୍ତୁ ଖରାପ ଫର୍ମ ଦେଇ ଗତି କରୁଥିବା କେଏଲ ରାହୁଲଙ୍କୁ ନିଜକୁ ପ୍ରମାଣିତ କରିବାକୁ ପଡ଼ିବ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ତାଙ୍କ ପାଇଁ ବଡ଼ ସୁଯୋଗ ସୃଷ୍ଟି କରିଛି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଶ୍ରେୟସ ଆୟର ନାହାନ୍ତି । ଋଷଭ ପନ୍ତ ଆସନ୍ତା ୬ ମାସ ଯାଏ ଖେଳିପାରିବେ ନାହିଁ । କେଏସ ଭରତଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ ସେତେଟା ଆଖିଦୃଶିଆ ହୋଇନାହିଁ । ଏସବୁ କାରଣ ରାହୁଲଙ୍କୁ କମବ୍ୟାକ କରିବାକୁ ସୁବର୍ଣ୍ଣ ସୁଯୋଗ ରହିଛି । ରାହୁଲ ନିଜର ଜଲୱା ଦେଖାଇ ପାରିଲେ ତାଙ୍କୁ ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟର ଭାବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ସୁଯୋଗ ମିଳିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.