କୋଲକାତା : ଶୁକ୍ରବାର ଠାରୁ ଐତିହାସିକ ଇଡେନ୍ ଗାର୍ଡନ୍ସରେ ଆରମ୍ଭ ହେବ ଭାରତ ଓ ବାଂଲାଦେଶ ମଧ୍ୟର ଦ୍ୱିତୀୟ ଟେଷ୍ଟ । ଏହି ମ୍ୟାଚ୍ଟି ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଦିନରାତିରେ ଖେଳାଯିବ ଏବଂ ପ୍ରଥମଥର ଖେଳାଳିମାନେ ଖେଳିବେ ଗୋଲାପି ବା ପିଙ୍କ ବଲ୍ରେ । ଉଭୟ ଦଳର ଖେଳାଳି ଏବେବି ବଲ୍କୁ ନେଇ ସନ୍ଦେହରେ ଅଛନ୍ତି । ଏହା ବୋଲର୍ଙ୍କ ପାଇଁ କିଭଳି କାମ ଦେବ ଏବଂ ବ୍ୟାଟ୍ସମ୍ୟାନ୍ ଏଥିରୁ ଫାଇଦା ପାଇବେ ନା ନାହିଁ, ଏମିତି କିଛି ପ୍ରଶ୍ନ ରହିଛି ସମସ୍ତଙ୍କ ମନରେ । ତଥାପି କ୍ରିକେଟ୍ ଇତିହାସରେ ଏକ ନୂଆ ଘଟଣା ହେବାକୁ ଯାଉଥିବାରୁ ସମସ୍ତେ ବେଶ୍ ଉତ୍ସାହିତ । ତଥାପି ମନରେ ରହିଛି ଆଶା ଓ ଆଶଙ୍କା ।
ଭାରତୀୟ ଦଳ ଏଠାରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଇଥିଲା ।
#TeamIndia have arrived here in Kolkata for the #PinkBallTest#INDvBAN pic.twitter.com/fAoCdBM306
— BCCI (@BCCI) November 19, 2019
ପରେ ଖେଳାଳିମାନେ ପିଙ୍କ୍ ବଲ୍ରେ ଅଭ୍ୟାସ ମଧ୍ୟ କରିଛନ୍ତି । ଟି-୨୦ ସିରିଜ୍କୁ ୨-୧ରେ ଜିତିବା ପରେ ଭାରତୀୟ ଦଳ ବିଦର୍ଭ ଠାରେ ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କରି ଏକ ଇନିଂସ୍ ଓ ୧୩୦ ରନ୍ରେ ବିଜୟ ହାସଲ କରିଥିଲା । ୧-୦ରେ ଆଗୁଆ ରହି ସାରିଥିବାରୁ ଏହି ମ୍ୟାଚ୍ ଜିତି ସିରିଜ୍ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଘରୋଇ ଦଳ ।
Getting ready for the Pink ball Test be like 😍😎 #TeamIndia #INDvBAN pic.twitter.com/BtwfEwFKwN
— BCCI (@BCCI) November 17, 2019
ଏପଟେ ଅଭ୍ୟାସ ବେଳେ ଅଧିକ ଓ୍ଵିକେଟ୍ ନେବାରେ ସଫଳ ହୋଇଥିବା ଭାରତୀୟ ପେସ୍ ବୋଲର୍ ମହମ୍ମଦ ସାମିଙ୍କ ଥଟ୍ଟା ମଜା କରିଛନ୍ତି ସାଥୀ ଖେଳାଳିମାନେ । ପେସ୍ ବୋଲର୍ ଇଶାନ୍ତ ଶର୍ମା ଏବଂ ଉମେଶ ଯାଦବ ତାଙ୍କ ଇଣ୍ଟରଭ୍ୟୁ କରି କିଭଳି ସେ ଓ୍ଵିକେଟ୍ ପାଉଛନ୍ତି ବୋଲି ପଚାରୁଛନ୍ତି । ଦେଖନ୍ତୁ ସେହି ଭିଡିଓ…
Ahead of the pink ball Test, Ishant Sharma seeks advice from Mohammed Shami. Funny banter between the two 😀
Full interview 👉👉https://t.co/hq1gKfhVIP pic.twitter.com/BcbzOmVKlm
— BCCI (@BCCI) November 16, 2019