ତୃତୀୟ ଟି-ଟ୍ବେଣ୍ଟି: ବାଂଲାଦେଶ ବିପକ୍ଷ ସିରିଜ ପୋଛିନେଲା ଭାରତ

T-20ରେ ଭାରତର ବଡ଼ ବିଜୟଟେଷ୍ଟ ପରେ ବାଂଲାଦେଶ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ ମଧ୍ୟ ପୋଛିନେଇଛି ଭାରତ । ତୃତୀୟ ତଥା ଅନ୍ତିମ ଟି-ଟ୍ବେଣ୍ଟିକୁ ୧୩୩ ରନ୍ ରେ ଜିତିଲା ଟିମ୍ ଇଣ୍ଡିଆ । ଏଥିସହ ସିରିଜକୁ ୩-୦ରେ ଜିତିଲା ଘରୋଇ ଦଳ । ୨୯୮ରନ ବିଜୟ ଲକ୍ଷ୍ୟର ପିଛା କରି ଭ୍ରମଣକାରୀ ଦଳ ୭ ୱିକେଟରେ ୧୬୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହା ପୂର୍ବରୁ ହାଇଦ୍ରାବାଦରେ ଦେଖିବାକୁ ମିଳିଥିଲା ଭାରତୀୟ ଦଳର ରନ ବର୍ଷା ।

ସିରିଜର ତୃତୀୟ ଟି-ଟ୍ବେଣ୍ଟିରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ । ଫଳରେ ନିର୍ଦ୍ଧାରିତ ଓଭରରେ ଭାରତ ୬ ୱିକେଟ ବିନିମୟରେ ୨୯୭ ରନ କରିଥିଲା । ସଞ୍ଜୁ ସାମସନ ଓ ସୂର୍ଯ୍ୟକୁମାରଙ୍କ ଯୋଡ଼ି ଛକା-ଚୌକାର ବର୍ଷା କରିଥିଲେ । ସାମସନ ୨୨ ବଲରେ ୫୦ ଓ ୪୦ ବଲରେ କରିଥିଲେ ଶତକ । ସାମସନ ୪୭ ବଲରେ ୧୧୧ ରନ କରି ଆଉଟ୍ ହୋଇଥିଲେ । ସେହିପରି ସୂର୍ଯ୍ୟକୁମାର ଯାଦବ ୩୫ ବଲରେ ୭୫ ରନର ଇନିଂସ ଖେଳିଥିଲେ। ଉଭୟ ଯୋଡି ୧୭୩ ରନ କରିଥିଲେ । ଭାରତୀୟ ଇନିଂସ ୨୯୭ରେ ସରିଥିଲା । ଆନ୍ତର୍ଜାତିକ ଟି-ଟ୍ବେଣ୍ଟି କ୍ରିକେଟରେ ଏହା ଭାରତର ସର୍ବାଧିକ ସ୍କୋର । ଭାରତ ୪୩ ବଲରେ ୧୦୦, ୮୫ ବଲରେ ୨୦୦ ଓ ୧୦୧ ବଲରେ ୨୫୦ ରନ କରିଥିଲା ।

 

You might also like