ସିରିଜ୍‌ କ୍ଲିନ୍‌ ସୁଇପ୍‌: ଶେଷ ବଲ୍‌ରେ ଆର୍ୟଲାଣ୍ଡଠୁ ଜିତିଲା ଭାରତ

ସିରିଜ୍‌ କ୍ଲିନ୍‌ ସୁଇପ୍‌ । ଶେଷ ବଲ୍‌ରେ ଜିତିଲା ଭାରତ । ୪ରନରେ ଆର୍ୟଲାଣ୍ଡ ପରାସ୍ତ । ଏଥିସହ ଭାରତୀୟ ୨ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଛି । ଦୀପକ ହୁଡ୍ଡା ଚତୁର୍ଥ ଭାରତୀୟ ଭାବେ ଟି ଟେ୍ଵଣ୍ଟି କ୍ରିକେଟରେ ଶତକ ମାରିଛନ୍ତି । ସଞ୍ଜୁ ସାମସନ୍‌ ମଧ୍ୟ ପ୍ରଥମ ଅର୍ଦ୍ଧ ଶତକ ଅର୍ଜନ କରିଛନ୍ତି ।

ଉଭୟଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୭ ଓ୍ଵିକେଟରେ ୨୨୫ ରନ ସଂଗ୍ରହ କରିଥିଲା । ଜବାବରେ ଆର୍ୟଲାଣ୍ଡ ୫ ଓ୍ଵିକେଟ ହରାଇ ୨୨୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଦୀପକ ହୁଡ୍ଡା ଉଭୟ ମ୍ୟାନ ଅଫ ଦ ମ୍ୟାଚ୍‌ ଓ ସିରିଜ୍‌ ବିବେଚିତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.