ଲକ୍ଷ୍ନୌରେ ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ୍ରେ ଟିମ ଇଣ୍ଡିଆର ବାଜିମାତ୍

ଲକ୍ଷ୍ନୌରେ ଖେଳାଯାଇଥିବା ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ୍ରେ ଟିମ ଇଣ୍ଡିଆର ବାଜିମାତ୍ । ଶ୍ରୀଲଙ୍କାକୁ ୬୨ ରନ୍ରେ ହରାଇଲା ଭାରତ । ରୋହିତ ଆଣ୍ଡ କୋର ୨୦୦ ରନ ଟାର୍ଗେଟକୁ ପିଛା କରୁଥିବା ସିଂହଳୀ ଟିମ ୬ ଓ୍ଵିକେଟ ହରାଇ ୧୩୭ ରନ କରିଥିଲା । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ ଭେଙ୍କଟେସ୍ ଆୟରଙ୍କୁ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ । ପୂର୍ବରୁ ହାରି ବ୍ୟାଟିଂ କରିଥିବା ଭାରତ ୨ ଓ୍ଵିକେଟ ହରାଇ ୨୦୦ ରନ କରିଥିଲା । ଦଳ ପକ୍ଷରୁ ଇଶାନ୍ କିଶନ୍ଙ୍କ ସର୍ବାଧିକ ୮୯ ରନ୍ କରିଥିଲେ । ସେହିପରି ଶ୍ରେୟସ୍ ଆୟର ୫୭, ରୋହିତ ଶର୍ମା ୪୪ ରନ୍ କରିଥିଲେ । ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ଭାରତ ୧-୦ରେ ଆଗୁଆ ରହିଛି ।