କ୍ରୀଡା

ହକି ବିଶ୍ୱକପ୍‌ : ୱେଲସକୁ ୪-୨ରେ ହରାଇଲା ଭାରତ, ଏବେ କ୍ୱାର୍ଟରଫାଇନାଲ୍‌ ପାଇଁ କ୍ରସଓଭର ମ୍ୟାଚ୍‌ ଖେଳିବ ନ୍ୟୁଜିଲାଣ୍ଡ ସହ

ଭୁବନେଶ୍ୱର (କେନ୍ୟୁଜ୍‌) : ଦରକାର ଥିଲା ବଡ଼ ବିଜୟ । ହେଲେ ସମର୍ଥ ହେଲାନି ଭାରତୀୟ ଦଳ । େଓ୍ଵଲସର ଚମତ୍କାର ଖେଳ ଆଗରେ ଧମେଇଗଲା ଭରତୀୟ ହକି ଦଳର ବଳ । ତେବେ ଶେଷରେ ସଂଘର୍ଷ କରି ଭାରତୀୟ ଦଳ ହକି ବିଶ୍ୱକପ୍‌ରେ ଆଜି େଓ୍ଵଲସକୁ ୪-୨ ଗୋଲ୍‌ରେ ପରାସ୍ତ କରିଛି । ତେବେ ବିଜୟୀ ହେବା ସତ୍ତ୍ୱେ ଏବଂ ଇଂଲଣ୍ଡ ସହ ସମାନ ୭ ପଏଣ୍ଟ ପାଇବା ପରେ ବି ଭାରତୀୟ ଦଳ ସିଧାସଳଖ କ୍ୱାର୍ଟରଫାଇନାଲକୁ ଯାଇ ପାରି ନାହିଁ । ତେଣୁ ଏହାକୁ କ୍ରସଓଭର ମ୍ୟାଚ୍‌ ଖେଳିବାକୁ ପଡ଼ିବ । ଆସନ୍ତା ୨୨ ତାରିଖ ରାତି ୭ଟା ବେଳେ ପୁଲ୍‌ ‘ସି’ର ନ୍ୟୁଜିଲାଣ୍ଡ ସହିତ ଏହାର କ୍ରସଓଭର ମ୍ୟାଚ୍‌ ଖେଳାଯିବ ।

ଆଜି ଭାରତୀୟ ଦଳ ପୂର୍ଣ୍ଣ ଦର୍ଶକ ସମର୍ଥନ ପାଇ ପଡ଼ିଆକୁ ଓହ୍ଲାଇଥିଲେ ମଧ୍ୟ ପ୍ରଥମରୁ ଅନେକ ସମୟ ଧରି ଗୋଲ୍‌ କରିବାକୁ ସମର୍ଥ ହୋଇନଥିଲା ଘରୋଇ ଭାରତୀୟ ଦଳ । ତେବେ ୨୧ ମିନିଟରେ ସମଶୋରଙ୍କ ଗୋଲ୍‌ ବଳରେ ଭାରତ ୧-୦ରେ ଆଗୁଆ ରହିଥିଲା । ପରେ ଆକାଶଦୀପ ସିଂହ ୩୨ ମିନିଟ୍‌ରେ ଦ୍ୱିତୀୟ ଗୋଲ୍‌ ଦେଇ ଦଳକୁ ଆଗୁଆ କରିଥିଲେ ।

ଏହାପରେ େଓ୍ଵଲସ ଦଳ ପ୍ରତ୍ୟାବର୍ତ୍ତନ କରି ଦୁଇଟିଯାକ ଗୋଲ୍‌ ଶୁଝାଇ ଦେଇଥିଲା । ମ୍ୟାଚ୍‌ର ୪୨ ଓ ୪୪ ମିନିଟ୍‌ରେ ଗାରେଥ ଫୁରଲଙ୍ଗ ଏବଂ ଜ୍ୟାକବ ଡ୍ରେପର ଗୋଲ୍‌ ଦୁଇଟି ସ୍କୋର କରିଥିଲେ । ପ୍ରଥମଥର ବିଶ୍ୱ କପ୍‌ ଖେଳୁଥିବା େଓ୍ଵଲସ ପକ୍ଷରୁ ଗାରେଥ ଦେଇଥିବା ଗୋଲ୍‌ ହେଉଛି ବିଶ୍ୱ କପ୍‌ରେ ଦଳର ପ୍ରଥମ ଗୋଲ୍‌ ।
ତେବେ ଏହାପରେ ଭାରତର ଆକ୍ରମଣ ଗତି ବଢ଼ି ଯାଇଥିଲା । ଖେଳାଳିମାନେ େଓ୍ଵଲସ ଗୋଲପୋଷ୍ଟ ଉପରେ ଘନ ଘନ ଆକ୍ରମଣ କରିଥିଲେ । ଅବଶ୍ୟ େଓ୍ଵଲସ ଗୋଲକିପର ଭାରତର ଅନେକ ଆକ୍ରମଣକୁ ପଣ୍ଡ କରି ଦେଇଥିଲେ । ତେବେ ସମୟ ସରି ଆସୁଥିବା ବେଳ ୪୫ ମିନିଟ୍‌ରେ ଆକାଶଦୀପଙ୍କ ଦ୍ୱିତୀୟ ଗୋଲ୍‌ ଭାରତକୁ ୩-୨ରେ ଆଗେଇ ନେଇଥିଲା । ଏହାପରେ ଅନ୍ତିମ କ୍ଷଣରେ ଅଧିନାୟକ ହରମନପ୍ରୀତ ସିଂହ ପେନାଲଟି କର୍ଣ୍ଣରରୁ ଚତୁର୍ଥ ତଥା ଶେଷ ଗୋଲ୍‌ ସ୍କୋର କରି ଦଳକୁ ୪-୨ ଗୋଲ୍‌ରେ ବିଜୟୀ କରାଇଥିଲେ ।
ଯଦି େଓ୍ଵଲସ ପ୍ରଥମଥର ବିଶ୍ୱକପ୍‌ ଖେଳୁଥିଲା ତେବେ ଭଲ ଚ୍ୟାଲେଞ୍ଜ ଦେଇଥିଲା ପ୍ରତିପକ୍ଷଙ୍କୁ । ଆଜିର ମ୍ୟାଚ୍‌ ସହିତ ଏହାର ବିଶ୍ୱକପ୍‌ ୨୦୨୩ ଅଭିଯାନ ଶେଷ ହୋଇଛି ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago